ଚଉପଦୀ-୧୮ (ବର ବରନା)
ଚଉପଦୀ-୧୮ (ବର ବରନା)


ବର ବରନା, ପର କରନା ରେ
ପ୍ରେମମୟୀ ବରାନନା
ମୁନି ମନୋହାରୀ, ଅନିନ୍ଦ୍ୟ ସୁନ୍ଦରୀ;
ପ୍ରିତୀ ସୁଧା ଧାରା ଲଳନା; ବର ବରନା ।
ତାରା ମେଳେ ଜହ୍ନ ପରି,
ରୁଚିର ରୂପ ମାଧୁରୀ;
ପ୍ରକୃତି କୋଳେରେ, ଭରା ଫୁଲ ମେଳେ ବବଣ;
ଝଟକି ଯାଉଛୁ ସହୀ
ମନ ହେଉଛି ଆନମନା; ବର ବରନା ।
ଜଳେ ଯେହ୍ନେ ନୀଳୋତ୍ପଳ,
ଲୋଚନ ଦିଶଇ ନୀଳ;
ଅପରୂପ ରୂପ, ରଙ୍ଗ ରୂପ ରେଖ;
ସୃଜେ କି ବାସବ ଚାପେ
ଆଦିମ ରାଗିଣୀ ବାଜଣା; ବର ବରନା ।
ତୋ ଆଖି କହୁଛି କଥା,
ଆରେ ମୋର ପ୍ରେମ ଲତା;
ରତୀ ପ୍ରେମ ଧାରା, ପ୍ରଣୟ ପସରା;
ରତୀ ପତି ଫୁଲ ଶର
ଆଉ ସହୀ ସହି ହୂଏନା; ବର ବରନା ।
ରସିକ ସୁଖ ଶେଖର,
ପୀରତି ରଙ୍କା ଭ୍ରମର;
ତୁ ମନର ଫୁଲ, ମୁଁ ଗୋଟେ ଭଅଁର;
ଅଙ୍କ ପଲ୍ୟଙ୍କ ରେ ବସ
ମୋତେ ତୁ ନକର ବିମନା; ବର ବରନା ।