STORYMIRROR

Kabiratna Nutan Kumar Behera

Abstract Romance Classics

3  

Kabiratna Nutan Kumar Behera

Abstract Romance Classics

ସପନେ ପ୍ରିୟା ଆସେ ଗୋପନେ

ସପନେ ପ୍ରିୟା ଆସେ ଗୋପନେ

1 min
160


ପ୍ରିୟାର ପ୍ରେମ ହୁଏନା ଭୁଲି ଏ ଜୀବନେ

ସ୍ମୃତି ତା'ର ଅପାସୋରା ଥାଏ ସ୍ମରଣେ

ଦିବସର କଠିନ ଶ୍ରମ କ୍ଳାନ୍ତି ପରେ 

ବିଶ୍ରାମ ଖୋଜେ ଦେହ ରହି ଶୟନେ 

ତନ୍ଦ୍ରା ଘାରି ଆସେ ବିଯୋଡ଼ିତ ନୟନେ

ରାତ୍ରି ସରି ସରି ଆସି ହୁଏ ପାହାନ୍ତା

ଚେତନ ହୁଏ ଚେତା ମାଡ଼ି ଆସେ ଚିନ୍ତା

ନୀରବରେ ଭାବେ ଏକା ଏକା ମନେ

ପାହାନ୍ତା ସପନେ ପ୍ରିୟା ଆସେ ଗୋପନେ।

ଛୁଇଁଯାଏ ହୃଦୟକୁ ଆବେଗର ଉନ୍ମାଦନେ

ହସି ହସି କହେ କେତେ ମନର କଥା

ସମ୍ମୋହିତ କରିଦିଏ ତାର ମଧୁ ଚୁମ୍ବନେ 

ଅପୂର୍ବ ଶାନ୍ତି ତୃପ୍ତି ଦିଏ ଆଲିଙ୍ଗନେ

ସୂର୍ଯ୍ୟ ଉଇଁଲେ ସିନ୍ଦୁରା ଫଟାଇ ଗଗନେ

ସପନ ଭାଙ୍ଗିଯାଏ ଦିବସର ଆଗମନେ

ପ୍ରସ୍ତୁତ ହୋଇ ଯିବାକୁ ହୁଏ ପୁଣି ଅଭିଯାନେ

ଧରାବନ୍ଧା ନିର୍ଘଣ୍ଟ ତ ଜୀବନଯାବନେ

କଲେ ଅବହେଳା ଦିନ ଯାଏ ଅନାଟନେ

ସପନକୁ ବାସ୍ତବ କଲେ ଶ୍ରମ ସାଧନେ

ପ୍ରେମ ଲାଗେ ମଧୁମୟ ପବିତ୍ର ବନ୍ଧନେ

ଅସରନ୍ତି ଆଶା ସଞ୍ଚରିତ ହୁଏ ପ୍ରାଣେ

ଜୀବନ ହୁଅଇ ଧନ୍ୟ ପ୍ରିୟାର ମିଳନେ 

ପାହାନ୍ତା ସପନେ ପ୍ରିୟା ଆସେ ଗୋପନେ।

   





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract