ଗଲା ସେ ଅତୀତ
ଗଲା ସେ ଅତୀତ
ହେ ପ୍ରିୟ ସମୟ ମୋ ପ୍ରିୟା ପାଖରେ
ଫେରିବକି ତୁମେ ଥରେ
ଦେଖିବାକୁ ଚାହେଁ ମୋ ନିଜର ଛବି
ଆଜି ମୁଁ ତାର ଆଖିରେ (୧)
ଗଲା ସେ ଅତୀତ ସ୍ମୃତିର ବୋଇତ
ଆଜି ଭାରି ମନେ ପଡେ
ପୁରୁଣା ସ୍ମୃତିରେ ଭିଜିବାକୁ ଥରେ
ମନ ଟାଣେ ତାର ଆଡେ (୨)
ଫେରିବେନି କେବେ ଆଉ ସେ ଅତୀତ
ପୁରୁଣା ଦିନର କଥା
ତଥାପି କାହିଁକି ମନ ପଡେ ସବୁ
ସେଥି ପାଇଁ ମନ ବ୍ୟଥା (୩ )

