STORYMIRROR

Mamata kumari Behura

Comedy Action Others

4  

Mamata kumari Behura

Comedy Action Others

ଶ୍ରାଵଣ ଆସିଲା

ଶ୍ରାଵଣ ଆସିଲା

1 min
232


ଶ୍ରାଵଣ ଆସିଛି ଏ ଧରା ପୃଷ୍ଠକୁ

ଵାରିଧାରା ସାଥେ ନେଇ

ଆନନ୍ଦରେ ଭିଜେ ଶ୍ରାଵଣୀ ତା ସାଥେ

ନାଚେ ପୁଣି ଗୀତ ଗାଇ ।


ଶ୍ରାବଣରେ ଭିଜେ ଶ୍ରାଵଣୀ ରାଣୀ ଯେ

ମନକୁ ମଜାଇ ତାର

ଆନମନା ହୁଏ ପଡିଲେ ତାପରେ

ଶ୍ରାବଣର ଜଳଧାର ।


ଶ୍ରାଵଣୀର ଖୁସି ଦେଖି ସୌଦାମିନୀ

ଆକାଶ କୋଳରେ ହସେ

ଘୋର ଗରଜନ ସାଥେ ଜଳଧାରା

ପୃଥିବୀ ପୃଷ୍ଠାକୁ ଖସେ ।


ଶ୍ରାଵଣୀ ଭିଜଇ ମୟୂର ନାଚଇ

ଗିରି ଶିଖ ପରେ ଥାଇ

କଳା ଵାଦଲର ତାଳେତାଳେ ନାଚେ

ପୁଛ୍ଛକୁ ତାଳ ମେଲାଇ ।


ସାରୁ ଗଛ ମୂଳୁ ଭାସି ଆସିଥାଏ

ମଣ୍ଡୁକ ମାନଙ୍କ ଶବ୍ଦ

ଚାଷୀ ଭାଇ ମନ ଆନନ୍ଦିତ ହୁଏ

ଆରମ୍ଭିକି ଚାଷ କାର୍ଯ୍ୟ ।


ସାଧବ ଵୋହୂ ଟା ଧରାକୁ ଓହ୍ଲାଏ

ନାଲି ପାଟ ଶାଢ଼ୀ ପିନ୍ଧି

ଟୁକୁ ଟୁକୁ ଚାଲେ ଘାସ ଗାଲିଚାରେ

ନଵୁଝି ଶ୍ରାଵଣୀ ଫନ୍ଦି ।


ଧରଣୀ ରାଣୀଟା ନୀଳ ପାଟ ଶାଢୀ

ପରିଧାନ କରି ଆସି

ଶ୍ରାବଣୀ କୁ ସେ ଯେ ସ୍ୱାଗତ କରଇ

ତା ସହିତ ଭିଜି ଭିଜି ।


ଶ୍ରାବଣୀ ଭିଜିଲା ଧରଣୀ ଭିଜିଲା

ଧାରା ଶ୍ରାବଣର ଧାରେ

ନବ ପଲ୍ଲଵିତ ହେଲେ ଵୃକ୍ଷ ରାଜି

ଧରଣୀ ରାଣୀର କୋଳେ ।



Rate this content
Log in

Similar oriya poem from Comedy