STORYMIRROR

Mamata kumari Behura

Action Others

4  

Mamata kumari Behura

Action Others

ସେନେହର ଡୋରି ରାକ୍ଷୀ

ସେନେହର ଡୋରି ରାକ୍ଷୀ

1 min
341


ଶ୍ରାବଣର ଶେଷ ପରଵ ଅଟଇ

ଆମ ଏ ରକ୍ଷାଵନ୍ଧନ

ଗହ୍ମା ପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମ

ଅନ୍ୟ ଏକ ତାର ନାମ।

ଭାଇ ହାତେ ରାକ୍ଷୀ ଭଉଣୀ ବାନ୍ଧଇ

ଏ ପଵିତ୍ର ଦିବସରେ

ଭାଇ ପାଇଁ ଶୁଭ ମନାସି ଥାଏ ସେ

ପ୍ରଭୁଙ୍କର ପାଦ ତଳେ।

ସିନ୍ଦୂର ତିଳକ ଲଗାଇ କପାଳେ

ବନ୍ଦାପନା ଥାଳି ଧରି

ଭାଇକୁ ସ୍ନେହରେ ମିଠା ଖୁଆଇ ସେ

କରେ କେତେ ଅରଦଳି।

ସେନେହ ଡୋରିର ବନ୍ଧନ ଏ ପୁଣି

ରାକ୍ଷୀ ଯାହାର ନାମ

ରାକ୍ଷୀ ଵାନ୍ଧି ସାରି ଭାଇ କହେ ତୋର

ସୁରକ୍ଷା ମୋହର ଧର୍ମ।

ସ୍ନେହ ମମତାର ଅତୁଟ ବନ୍ଧନ

ନୁହେଁ ସେ ରେଶମ ଫିତା

ଭଉଣୀକୁ ଭାଇ ସୁରକ୍ଷା ଦେବାକୁ

ଏହି ଦିନ ଦିଏ କଥା।

ପୁରାଣରେ ମାତା ଦ୍ରୌପଦୀ ଯେ ଦିନେ

କାନିରୁ ଛିଣ୍ଡାଇ ସୂତା

ବାନ୍ଧି ଥିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତେ

ପ୍ରଭୁ ହେଲେ ରକ୍ଷା କର୍ତ୍ତା।

ସୁନା ଭଉଣୀର ସମ୍ପର୍କ ଅତୁଟା

ଯୋଡେ ଏ ସୁନେଲି ରାକ୍ଷୀ

ଜନ୍ମ ଜନ୍ମର ଏ ପଵିତ୍ର ବନ୍ଧନ

ସାଜଇ ଅମ୍ଳାନ ସାକ୍ଷୀ।


Rate this content
Log in

Similar oriya poem from Action