STORYMIRROR

Mamata kumari Behura

Children Stories Classics Others

4  

Mamata kumari Behura

Children Stories Classics Others

ଭିଜା ଭିଜା ବର୍ଷା ଦିନ

ଭିଜା ଭିଜା ବର୍ଷା ଦିନ

1 min
288


ଋତୁ ମଧ୍ୟେ ଶ୍ରେଷ୍ଠ ଵରଷା ଋତୁ

ଖସେ ବାରିଧାରା ଧରା ପୃଷ୍ଠକୁ ।

ବରଷାର ଧାରାକୁ ଦେଖି ଦେଲେ

ପିଲାଦିନ କଥା ଆସେ ମନରେ।

ଝିପି ଝିପି ବର୍ଷା ପଡିଲା ଵେଳେ

ଭିଜୁ ଥାଉ ସାଙ୍ଗ ସାଥିଙ୍କ ମେଳେ।

ସବୁଜିମା ଦିଶେ ଧରଣୀ ରାଣୀ

ଫୁଲ ଫଳେ ପୂରି ଥାଏ ଯେ ପୁଣି।

କାଗଜରେ ଡଙ୍ଗା ତିଆରି କରି

ଦାଣ୍ଡରେ ଭସାଉ ଖୁସିରେ ଆଣି।

ଟୁପୁରୁ ଟୁପୁରୁ ଶବଦ କରି

ଓଳିରୁ ଝରଇ ଵରଷା ପାଣି।

ଆକାଶରେ ଖେଳେ କଳା ଵାଦଲ

ସୌଦାମିନୀର ଯେ ହୁଅଇ ଖେଳ।

ଚାଷୀ ଭାଇ ମନ ହୁଏ ଉଛନ୍ନ

ଆରମ୍ଭିଵ ଵୋଲି ତା ଚାଷ କାମ।

ବଳଷାରୁ ରକ୍ଷା ପାଇବା ପାଇଁ

ଛତା ଓ ପଖିଆ ଲୋଡ଼ା ପଡଇ।

ନଦୀ ନାଳ ପୂରେ ବର୍ଷା ଜଳରେ

ମଣ୍ଡୁକ ରାବନ୍ତି ସାରୁ ମୂଳରେ।

ନାଲି ପାଟ ପିନ୍ଧି ସାଧବ ଵୋହୂ 

ଘାସ ଗାଲିଚାରେ ଚାଲଇ ସେହୁ।

ଅତି ରମଣୀୟ ସେହି ଯେ ଦୃଶ୍ୟ

ଭିଜା ଭିଜା ଅନୁଭୂତି ସହିତ।

ପିନ୍ଧି ସବୁଜ ରଙ୍ଗ ପାଟ ଶାଢୀ

ସଜେଇ ହୋଇଛି ଧରଣୀ ରାଣୀ।

ରହି ଅଛି ସବୁ ସ୍ମୃତି ଯେ ହୋଇ

ସେ ସ୍ମୃତିକୁ ଭୁଲି ହୋଇବ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍