STORYMIRROR

Mamata kumari Behura

Children Stories Others Children

4  

Mamata kumari Behura

Children Stories Others Children

ଦିଵ୍ୟ ଦୀପାବଳୀ

ଦିଵ୍ୟ ଦୀପାବଳୀ

1 min
379


ଵରଷକେ ଥରେ ଆସିଥାଏ ଏହି

     ଆଲୋକର ପର୍ବ ଦୀପାବଳୀ

ଆଲୋକ ମାଳାରେ ଦୂର କରିଥାଏ

      ଅନ୍ଧକାର ଦୀପାଲୋକ ଜାଳି।

ଖାଲି ନୁହେଁ ଏଯେ ଆଲୋକର ପର୍ଵ

      ବଖାଣେ ଏ ଆମ ପରମ୍ପରା

ଓଡିଆ ଜାତିର ଗର୍ଵ ଓ ଗୌରବ

     ବଢାଏ ସମ୍ପର୍କ ଭାଇଚାରା।

ଧରମ କାର୍ତ୍ତିକ ମାସରେ ପଡଇ

      ଏହି ଅମାବାସ୍ୟା ଦୀପାବଳି

ପୂର୍ବ ପୁରୁଷଙ୍କୁ ସମ୍ମାନ ଜଣାଇ

      ଡାକିଥାଉ ଆଵାହନ କରି।

କାଉଁରିଆ କାଠି ଜଳାଇ ଢାକିବା

      ଅଛି ଆମର ଯେ ପରମ୍ପରା 

ଘରଦ୍ୱାର ସବୁ ଝଲସି ଉଠଇ

       ଜଳିକି ପଵିତ୍ର ଦୀପମାଳା।

ପିଠାପଣା କ୍ଷୀରି ସୁସ୍ୱାଦୁ ଖାଦ୍ୟରେ

        ହୋଇଥାନ୍ତି ସର୍ବେ ଆପାୟିତ

ନୂଆ ପୋଷାକ ଓ ବାଣଫୁଟା ଶବ୍ଦେ

        ହୋଇ ଯାଇଥାନ୍ତି ଵିମୋହିତ।

ଦୀପାବଳି ପରଵରେ ରହିଅଛି

        ଭିନ୍ନ ଏକ କିମ୍ବଦନ୍ତୀ ଯାହା

ଚଉଦ ବରଷ ଵନଵାସ ସାରି

        ଶ୍ରୀରାମ ଫେରିଥିଲେଅଯୋଧ୍ୟା

ପ୍ରଜାବତ୍ସଳ ଯେ ରଘୁଵୀର ଥିଲେ

        ପ୍ରଜା ହେଉଥିଲେ ତାକୁ ଝୁରି

ଫେରିବା ଦିବସେ ସ୍ୱାଗତ କରିଲେ

       ଦ୍ୱାରେ ଜାଳି ଶୁଭ ଦୀପାବଳୀ।

ଅଯୋଧ୍ୟା ରାଜ୍ୟରୁ ଘନ ଅନ୍ଧକାର

       ସେଵେ ଦୂରୀଭୂତ ହୋଇଥିଲା

ରାମଙ୍କ ପ୍ରତ୍ୟାବର୍ତ୍ତନରେ ଅଯୋଧ୍ୟା

       ରାଜ୍ୟ ଆଲୋକିତ ହୋଇଥିଲା।

ଆସରେ ସରଵେ ପାଳିବାରେ ଆମେ

       ଆଲୋକର ପର୍ବ ଦୀପାବଳି

ଅମା ଅନ୍ଧକାର ଦୂରେଇବା ଆମେ

        ଶୁଭ ଦୀପାବଳି ଜାଳିଜାଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍