STORYMIRROR

Mamata kumari Behura

Abstract Others

4  

Mamata kumari Behura

Abstract Others

ରଜ ମଉଜ

ରଜ ମଉଜ

1 min
403


ଵାର ମାସେ ତେର ପରବ ମଧ୍ୟରେ

ରଜ ପରବ ନିଆରା

ଓଡ଼ିଆ ଜାତିର ଗର୍ବ ଓ ଗୌରବ

ଗଣପର୍ବ ପରମ୍ପରା।


କୃଷି ଭିତ୍ତିକ ଏ ଗଣପର୍ବ ଅଟେ

ଭାଇଚାରାର ପ୍ରତୀକ

କୁଆଁରୀ ମାନଙ୍କ ମନେ ଭରିଦିଏ

କେତେ ଯେ ନୂଆ ପୁଲକ।


ବରଷକେ ଥରେ ଆସିଥାଏ ରଜ

ମନରେ ଉଲ୍ଲାସ ଭରି

ଝିଅ ବୋହୂ ମାନେ ସଜବାଜ ହୋଇ

ଖେଳିଥାନ୍ତି ମିଶି ଦୋଳି।


ସବୁରି କଣ୍ଠରୁ ଝରି ପଡୁଥାଏ

ରଜ ଦୋଳିର ସଙ୍ଗୀତ

ଲୁଡୁ ବାଗୁଡି ଓ ତାସ ଖେଳରେ

ମାତି ଥାଆନ୍ତି ସରଵ।


ପାଦରେ ଅଳତା ମଥାରେ ଚନ୍ଦନ

ସହିତ ନୂଆ ପୋଷାକ

ଘରୁ ଘରୁ ପୁଣି ଭାସି ଆସୁଥାଏ

ପୋଡପିଠାର ମହକ।


ରଜ ପାନ ପୁଣି ଅଟଇ ନିଆରା

ହୋଇଥାଏ ଦିଆନିଆ

ଵନ୍ଧୁଵାନ୍ଧବଙ୍କ ଯିଵା ଆସିବାରେ

ଏକତ୍ରିତ ଖିଆପିଆ।


ଆଗଭଳି ଆଉ ପାଳନ ହେଉନି

ସଵୁତ ଗଲାଣି ହଜି

ଗଛ ନାହିଁ ଦୋଳି କେଉଁଠି ଲାଗିବ

କୁହତ ଟିକିଏ ହେଜି।


ଵୋଉ ହାତ ପୋଡପିଠାର ମହକ

ଖୋଜିଲେ ମିଳଇ ନାହିଁ

ପୋଡପିଠା ବାସ୍ନା କେମିତି ମିଳିବ

ଚୁଲି ପରା ଆଉ ନାହିଁ।


ରଜ ପାନ କଥା କହିବାକୁ ଲାଗେ

ମନରେ ଟିକିଏ ଶଙ୍କା

ଆଗଭଳି ଆଉ ରଜ ପର୍ଵ ନାହିଁ

ସଵୁ ପଡିଲାଣି ଫିକା।


ତଥାପି ଓଡ଼ିଆ ଭୁଲି ନାହିଁ ତାର

ପ୍ରଥା ଆଉ ପରମ୍ପରା

ପାଳୁଅଛି ରଜ କରୁଛି ମଉଜ

ରଖି ଅଛି ଭାଇଚାରା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract