STORYMIRROR

Mamata kumari Behura

Classics Others Children

3  

Mamata kumari Behura

Classics Others Children

ଶୁଭ ଦୀପାବଳି

ଶୁଭ ଦୀପାବଳି

1 min
228


ଆଲୋକର ପର୍ବ ଦୀପାବଳି

ସ୍ୱାଗତ କରିବା ଦୀପ ଜାଳ

ଆନନ୍ଦ ଉଲ୍ଲାସ ଭରିଯିବ ମନେ

ସର୍ବେ ଦେବା ଆମେ କରତାଳି।

ଆଲୋକର ପର୍ବ..


ମିଠେଇ ଖାଇବା ଖୁସିରେ ସର୍ବେ

ମଜ୍ଜିଯିବା ନାଚ ଗୀତରେ ଭବେ

 ନୂଆ ପୋଷାକର ନୂତନ ସ୍ପର୍ଶେ

ପୂଜି ଲକ୍ଷ୍ମୀ ମାତା ମନ ହରଷେ

ଆଶିଷ ମାଗିବା ମାତାଙ୍କ ଚରଣେ

ମାତା ଦେବେ ଶୁଭାଶିଷ ଢାଳି।

ଆଲୋକର ପର୍ବ..


ବାଣ ଫୁଟାଇବା ନାହିଁରେ କେହି

ବାୟୁ ପ୍ରଦୂଷଣ ରୋକିବା ପାଇଁ

ମାଟିର ଦୀପକୁ ଆଦରି ନେବା

କୁମ୍ଭାର ଭାଇଠୁ ଦୀପ କିଣିବା

ଦୀପାବଳୀ ପର୍ବ ପାଳିବାକୁ ଆମେ

ଶୁଭ ଦୀପଟିଏ ଦେବା ଜାଳି।

ଆଲୋକର ପର୍ବ..


ମନରୁ ତେଜିବା ଅହଂଭାବ

ଖୁସି ବାଣ୍ଟି ମନାସିବା ଯେ ଶୁଭ

 ଅମା ଅନ୍ଧାରକୁ ଦୂରେଇ ଦେଇ

 ଆଲୋକର ପଥ ଦେବା ଦେଖାଇ

ସାରା ଦୁନିଆରେ ସୁଖ ଭରିଯିବ

ଜାଳିଦେଲେ ଶୁଭ ଦୀପାବଳି

ଆଲୋକର ପର୍ବ ଦୀପାବଳି।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics