STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ମୋ ଘରେ ହେରାପଞ୍ଚମୀ

ମୋ ଘରେ ହେରାପଞ୍ଚମୀ

1 min
219


ଲକ୍ଷ୍ମୀ ଭାଙ୍ଗିଦେଲେ ରଥ କାଠ ସିନା

     ଜଗା ସାଙ୍ଗେ ନ ନେବାରୁ,

 କିନ୍ତୁ ଘରଣୀ ମୋ ବାଇକି‌ ଭାଙ୍ଗିଛି

     ଜାଣନ୍ତି କି କାରଣରୁ ?


ଜଗନ୍ନାଥଙ୍କର ଆଜି ଯା' ଅବସ୍ଥା 

     ମୋର ବି ସେଇ ଅବସ୍ଥା,

ତାଙ୍କର ସେଠାରେ ସିନା ରଥଯାତ୍ରା 

    ମୋ ଘରେ ନାଟ ତାମସା।


ହେରାପଞ୍ଚମୀରେ ଲକ୍ଷ୍ମୀ ରୋଷକଲେ

    କାଳିଆଙ୍କୁ ଗାଳିକଲେ,

କିନ୍ତୁ ମୋ ଘରଣୀ କଳେଇ‌ ରାଣୀ

    ନିତି ମୋ ଇଜ୍ଜତ ସାରେ।


କିପାଇଁ ତା' ରାଗ ପଞ୍ଚମକୁ ଚଢେ

    ଆଜି ହେରାପଞ୍ଚମୀରେ,

ମୋ ଚୌଦ ପୁରୁଷ ଉଦ୍ଧାର ହୁଅନ୍ତି

    ଘରଣୀ ଗାଳି ବର୍ଷାରେ।     


ରଥଯାତ୍ରା ଦେଖି ଯିବାପାଇଁ ଯଦି

     ଯିଦି ଧରିଲା ସେଦିନ,

ଝିପିଝିପି ବର୍ଷା ଲାଗି ରହିବାରୁ

    କଲି ମୁଁ ତାକୁ ବାରଣ।


କେନ୍ଦରା‌ପଡାରେ କାମ ଅଛି କହି

    ଯେବେ ମୁଁ ବାହାରି ଗଲି,

ଓଅବଶ୍ୟ ମୁଁ ରଙ୍ଗ ନୂଆବୋଉକୁ ତ

    ସାଥିରେ ମୋ ନେଇଥିଲି।


ଯଦି ସିଏ ମୋର ବାଇକିରେ ବସି

    ରଥଯାତ୍ରା ଦେଖି ଗଲା,

ଏଠି କୋଉ ବେଦ ହୋଇଲା ଅଶୁଦ୍ଧ 

   ଲାଗିଛି ମୋ ଘରେ ପାଲା?


ତା' ଲାଗି ମୋହର ବଳ କି କମିଲା

   ନା,ବେଶୀ ପେଟ୍ରୋଲ ପୋଡିଲା,

ମାନୁଛି ଗୁପ୍‌ଚୁପ୍ ଚାଟ୍ ଚାଉମିନ୍

    ଯାହା ମୋଠୁ‌ଁ ଖାଇଥିଲା।


ହେଇହେଇକିରି‌ ବଡଦାଣ୍ଡେ‌ ଯଦି

    ତା' ହାତକୁ ଧରିଥିଲି,

ସେ ସବୁ ଶୁକୁଟି କେମିତି ଜାଣିଲା

    ଭାବି ଆଶ୍ଚର୍ଯ୍ୟ ମୁଁ ହେଲି।


ରଘୁ ଭାଇ ଗୁଜୁରାଟରେ ରହୁଛି

    ଘରେ ନୂଆ ବୋଉ ଏକା,

ତା' ଦୁଃଖସୁଖରେ ଭଲମନ୍ଦ ବେଳେ

    କରେ ଟିକେ ତାକୁ ଦେଖା।


ମାଇପି‌ ଲୋକକୁ ସାହାଯ୍ୟ କରିବା

    ମୋହର କି ଭୁଲ୍ ହେଲା,

ଯେଉଁଥି ପାଇଁକି ମୋ ଘରେ ଶୁକୁଟି 

    ନିତି ଲଗେଇଛି ପାଲା?


ହୁଏ ମୋ ସନ୍ଦେହ ଏ ସବୁ ସମ୍ଵାଦ

    ଯିଏ ତାକୁ ଜଣ‌ଉଛି,

ସିଏ ବୋଧେ ମୋର ଶୁକୁଟି ସହିତ 

    ଭାବ କିଛି ଲଗେଇଛି।



Rate this content
Log in

Similar oriya poem from Comedy