STORYMIRROR

Kali Kumar

Comedy Drama Fantasy

3  

Kali Kumar

Comedy Drama Fantasy

କି ହେବ ନେତା ହୋଇଲେ

କି ହେବ ନେତା ହୋଇଲେ

1 min
209

କି ହେବ ନେତା ହୋଇଲେ !

ଜନତାଙ୍କୁ ନ ଶୋଷିଲେ,

ପେଟ ପୁରା ନ ଖାଇଲେ,

କି ହେବ ନେତା ହୋଇଲେ ! (୨)

ନେତାଙ୍କୁ ଶୋଭା ଦିଶେ ମୁଣ୍ଡେ, ଛତାଟି ଥିଲେ

ଛତାଟି ଥିଲେ,

ଛତା ଥିଲେ କି ହୋଇବ, ଲୋକଙ୍କୁ ଚିତା କାଟି ନ ପାରିଲେ

କି ହେବ ନେତା ହୋଇଲେ !

ଜନତାଙ୍କୁ ନ ଶୋଷିଲେ,

ତାଙ୍କ ତଣ୍ଟି ନ ଚିପିଲେ,

କି ହେବ ନେତା ହୋଇଲେ ! (୨)

ନେତାଙ୍କୁ ହରଷ ଆସେ, ଯୋଜନା କଲେ

ଯୋଜନା କଲେ,

ଯୋଜନା କଲେ କି ହୋଇବ , ଅର୍ଥ ମିଳି ନ ପାରିଲେ

କି ହେବ ନେତା ହୋଇଲେ !

ଜନତାଙ୍କୁ ନ ଶୋଷିଲେ,

ପେଟ ପୁରା ନ ଖାଇଲେ,

କି ହେବ ନେତା ହୋଇଲେ ! (୨)

ଦକ୍ଷ ନେତା ଜଣାପଡ଼େ, ସ୍କାମ କଲେ

ସ୍କାମ କଲେ,

ସ୍କାମ କଲେ କି ହୋଇବ, ତଦନ୍ତକୁ ବାଟବଣା ନ କରିଲେ,

କି ହେବ ନେତା ହୋଇଲେ !

ଜନତାଙ୍କୁ ନ ଶୋଷିଲେ,

ତାଙ୍କ ତଣ୍ଟି ନ ଚିପିଲେ,

କି ହେବ ନେତା ହୋଇଲେ ! (୨)

ନେତାଙ୍କୁ ସୁହାଏ ସମାଜ ଗୋଳିଆ ହେଲେ

ଗୋଳିଆ ହେଲେ,

ଗୋଳିଆ ହେଲେ କି ହୋଇବ, ଫାଇଦା ଉଠାଇ ନ ପାରିଲେ

କି ହେବ ନେତା ହୋଇଲେ !

ଜନତାଙ୍କୁ ନ ଶୋଷିଲେ,

ତାଙ୍କ ତଣ୍ଟି ନ ଚିପିଲେ,

କି ହେବ ନେତା ହୋଇଲେ ! (୨)

କି ହେବ ନେତା ହୋଇଲେ !

ଜନତାଙ୍କୁ ନ ଶୋଷିଲେ,

ପେଟ ପୁରା ନ ଖାଇଲେ,

କି ହେବ ନେତା ହୋଇଲେ ! (୨)


Rate this content
Log in

Similar oriya poem from Comedy