STORYMIRROR

DAMBURUDHARA BEHERA

Comedy

3  

DAMBURUDHARA BEHERA

Comedy

☝️କିଏ କହେ ବୁଢା ହୋଇଛି ☝️*✍🏼

☝️କିଏ କହେ ବୁଢା ହୋଇଛି ☝️*✍🏼

1 min
236


କିଏ କହେ (ମୁଁ) ବୁଢା ହୋଇଛି ? 

ବୟସ ଟା ସିନା ଆଗେ ଧାଉଁଅଛି, 

ମନଟା ପଛକୁ ଚାହୁଁଛି, 

ଷାଠିଏ ବରଷ ମୋଟେ ହୋଇଅଛି 

ଆଗେ କେତେ ରାସ୍ତା ପଡିଛି, 

କିଏ କହେ ବୁଢା ହୋଇଛି ? 


ଘର ଆଗେ ଥିବା ଲମ୍ବା ଚମ୍ପା ଗଛେ 

ନିତି ଫୁଲ ପାଇଁ ଚଢ଼ୁଛି, 

ତିନି ମହଲା ମୋ ଘର ସିଡ଼ି ପରେ 

ଦିନକୁ ଛଅ ଥର ଚାଲୁଛି,  

ବିନା ଚଷମାରେ ଖବର କାଗଜ 

ଅନାୟାସେ ପଢି ପାରୁଛି, 

ପ୍ରାତଃ ଭ୍ରମଣରେ ପାଞ୍ଚ ମାଇଲ ମୁଁ 

ଆରାମରେ ଚାଲି ପାରୁଛି, 

ଯୁବକଙ୍କ ଭଳି ସାଙ୍ଗ ସାଥୀ ମେଳେ 

ଗୁଲି ଖଟି କରି କଟୁଛି,  

କିଏ କହେ ବୁଢା ହୋଇଛି ? 


କେବେ ଗାଁ ଗଲେ ଭଉଁରୀ ଜାଲରେ 

ମାଛ ଧରି ଖୁସି ଲାଗୁଛି, 

ଭରା ପୋଖରୀରେ,ଏ ଘାଟୁ ସେ ଘାଟ 

ପହଁରି ପହଁରି ଯାଉଛି, 

ନଡ଼ିଆ ଗଛରେ ବେଗି ବେଗି ଚଢି

ପଇଡ଼ଟେ ତୋଳି ପାରୁଛି, 

ଗାଁ ଟୋକାଙ୍କର ଲିଡର ସାଜି ମୁଁ 

ମେଳା, ମହୋତ୍ସବ କରୁଛି, 

କିଏ କହେ ବୁଢା ହୋଇଛି ? 


ବାଳ ଧଳା ହେଉ କିଏବା ଦେଖୁଛି 

ଜଲଦି କଳା କରି ଦେଉଛି, 

ସମ ବୟସ ର ମହିଳାଙ୍କ ସଙ୍ଗେ 

ମଜା ଗପ ଜମି ଯାଉଛି, 

ନାତି ଟୋକା ସଙ୍ଗେ ବ୍ୟାଡମିଣ୍ଟନ 

ଦିନକୁ ଦି ଘଣ୍ଟା ଖେଳୁଛି, 

ଆଖୁ ଖଣ୍ଡେ ଧରି ଦାନ୍ତରେ ଚୋବାଇ 

ଆରାମରେ ରସ ପିଉଛି , 

କିଏ କହେ ବୁଢା ହୋଇଛି ? 


ଷାଠିଏ ବର୍ଷରେ ଜୀବନ ଆରମ୍ଭ 

ପ୍ରଶିକ୍ଷଣ ମୁହିଁ ପାଇଛି, 

ଅଫିସ ରେ ଥିବା ମହିଳା ପି. ଏ. ଟା 

ଏବେବି ଫୋନ କରୁଛି, 

ଗେହ୍ଲେଇ କଥାଟି କହୁଛି 

ଫୋନ ଧରିଲେ ତା ଅତର ବାସ୍ନା 

ଚାରିପଟେ ସତେ ବୁଲୁଛି,  

ହ୍ୱାଟ୍ସ ଆପ ଓ ଫେସ ବୁକ ରେ 

ଘଣ୍ଟା ଘଣ୍ଟା ବିତି ଯାଉଛି, 

ଘରଣୀ କହୁଛି ରସିକ ପଣିଆ 

ଏବେବି ଉଛୁଳି ପଡୁଛି, 

କିଏ କହେ ବୁଢା ହୋଇଛି |


ଯିଏ ଯାହା କହୁ ଜୀବନ ନଉକା 

ଆଗକୁ ଆଗକୁ ବଢୁଛି, 

ଈଶ୍ୱର ଙ୍କ ପାଶେ ଜନ ଓ ଜୀବନ 

ସମର୍ପଣ କରି ଦେଇଛି, 

ଦେହ ବୁଢା ହେଲେ କିଏ ପଚାରୁଛି

ମନଟା ଯୁବକ ରହିଛି 

କିଏ କହେ ବୁଢା ହୋଇଛି ?                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy