Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravanjan Dash

Comedy Inspirational

3  

Pravanjan Dash

Comedy Inspirational

ଟିକେ ହାଉଲେ

ଟିକେ ହାଉଲେ

1 min
237


ମି ପାପା ଡ଼ାକ ସବୁ ଛୁଆ ମୁହେଁ ବୋଉ ବାପା ଡ଼ାକ ଦୂରେ ,

ଏ ବି ସି ଡ଼ି ଠାରୁ ଖଡ଼ି ଛୁଆଁ ହୁଏ ଅ ଆ ଥାଉ ପରେ

ଭାଇନା ,ଭାଉଜ ଡ଼ାକଟା ଅଡୁଆ କାନ ପାଖେ ତୀର ମାରେ ,

ଜିଜୁ ,ଭାବୀ ,ବ୍ରୋ ଲାଗେ ତ ମଧୁର ଡ଼ାକେ ତାଙ୍କୁ ଇସାରାରେ

ଉସା ,ମାଉସୀ ଡ଼ାକିଦେଲେ ଟିକେ ଦିନେ ଅବା କାଳେ ଥରେ ,

ମୁହଁଟା ଫୁଲେଇ ମାଉସୀ କହୁଛି ଅଙ୍କଲ ,ଆଣ୍ଟି ଡ଼ାକିବୁରେ

ସୁନ୍ଦରୀ ଓଠରେ ଲିପିଷ୍ଟିକ୍ ଧାର ସୁନ୍ଦର ତା’ ଯତନରେ ,

ବାପା ଡ଼ାକି ଦେଲେ କାଳେ ଲିଭିଯିବ ଡ଼ାକେ ଡାଡି ଧୀର ସ୍ଵରେ

ଡ଼ିଆ ସିନେମା ଲାଗୁଛି ଅଡୁଆ ମନ ତା’ର ବିଦେଶରେ ,

ବିଦେଶୀ ସିନେମା ମନ କିଣି ନିଏ ଭାଷାକୁ କିଏ ପଚ଼ାରେ

ପିଠାପଣା ଛାଡ଼ି ମୋମୋ ,ଚ଼ାଓମିନ୍ ଆଦର ତା’ ଘରେ ଘରେ ,

ଦେଶୀ ଗୁଆଘିଅ ସନ୍ଦେହ କରିକି ବିଶ୍ୱାସ ତା’ ନକଲିରେ

ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ବଢୁଛି ଘରେ ଅବା ଉତ୍ସବରେ ,

ଭାଷାଟା କମୁଛି ଭାଷଣ ବଢୁଛି ଆଜି ଆମ ସମାଜରେ

ବୁ ବାବୁମାନେ ଓଡ଼ିଆ ଲଭର ପ୍ରେମ ତାଙ୍କ ଭାଷଣରେ ,

କଥା ପଦକରେ ଇଂରାଜୀ ଲାଗଇ ତାଳି ବାଜେ ପ୍ରଶଂସାରେ

ଶୋଷିତ ସମାଜ ବୁଝେ ନାହିଁ କିଛି ଲେଖା ସବୁ ଇଂରାଜୀରେ ,

ପାଠକ କହୁଛି ଇଂରାଜୀ ସହଜ ଓଡ଼ିଆକୁ ମୁଁ ଯେ ଡରେ

ଡ଼ିଆ ମୁହଁରେ ଓଡ଼ିଆ ଶୁଭୁନି ପ୍ରେମ ତାଙ୍କ ପ୍ରବାସରେ ,

ମୁହଁରେ କହନ୍ତି ଗରବେ ଓଡ଼ିଆ କାନ ଶୁଣେ ସନ୍ଦେହରେ

ଡ଼ିଆ ଭାଷାର ମାନବୃଦ୍ଧି ପାଇଁ ସବୁ କିଛି ଓଡ଼ିଆରେ ,

ଶାସକ ଇଂରାଜୀ ଟାଣିକି କହୁଛି ଶାସନ ମୋ ଓଡ଼ିଶାରେ

ହିଲେ କାହାକୁ ଶୁଣିବ ସେ କିଏ ସମାଜ ତ ଅଡୁଆରେ ,

ଇଂରାଜୀ କହିଲେ ସମ୍ମାନ ମିଳୁଛି ଓଡ଼ିଆ ଥାଉ ଦୂରରେ

ଡ଼ିଆ ଭାଷାକୁ ଲାଗିଛି ଗ୍ରହଣ ପୂର୍ଣ୍ଣିମାର ଚ଼ନ୍ଦ୍ର ତୀରେ ,

ଲୁଚି଼ଯାଏ ଜହ୍ନ ରବିର କିରଣେ ଦେଖା ସେ ଯେ ପୂର୍ଣ୍ଣିମାରେ

ଚ଼େଇଁ ଶୁଅନାହିଁ ଉଠିଯାଅ ଭାଇ ଯୋଡ଼େ ହସ୍ତ ବିନୀତରେ ,

ନିଜ ପରିଚ଼ୟ ଭାଷାରେ ନିହିତ ରଖ ତାକୁ ସମ୍ମାନରେ

 {ଆଜ୍ଞା ଦୟାକରି ଦେହକୁ ନେବେନି} 


Rate this content
Log in

Similar oriya poem from Comedy