STORYMIRROR

Pravanjan Dash

Classics Inspirational Others

4  

Pravanjan Dash

Classics Inspirational Others

କଲମରେ କାଳି ନାହିଁ

କଲମରେ କାଳି ନାହିଁ

1 min
324

             


ଶବ୍ଦର ସମୁଦ୍ର ଭିତରୁ ଛିଟିକି ପଡୁଛି କିଛି

ଢେଉ ପରି ପିଟି ହେଉଛି ମୋ ଦେହରେ

ଉତାରି ଦେବାକୁ ଧରିଛି କାଗଜ ଓ କଲମ

ତଥାପି ନୀରବରେ ବସିଛି ସମୁଦ୍ରକୁ ଚାହିଁ

ମୋ କଲମରେ କାଳି ନାହିଁ


ଭାବନାର ପୃଥିବୀ ଭିତରୁ ସେ ଆସିଛି ଆଜି

ବିଳମ୍ବରେ ହେଲେବି ଧରା ଦେଇଛି ମତେ

ଚାହୁଁଛି ଝରିଯିବାକୁ ମୋରି କଲମ ମୁହଁରୁ

ବସିକି ନଲେଖି ଆଜି ପାରୁନି ରହି 

ମୋ କଲମରେ କାଳି ନାହିଁ


ସଜେଇ ହେଉଛି ସେ ତା’ ମନ ଇଚ୍ଛାରେ

ଶୁଭୁଛି ନୂଆ ସ୍ୱର କହୁଛି ମନ ଗୋପନେ

ପ୍ରେମ, ପ୍ରୀତି ଓ ପ୍ରକୃତିର କଥାକୁ ନେଇ

ନ ଟିପି ଖାତାରେ ତାକୁ ହବକି ସହି

ମୋ କଲମରେ କାଳି ନାହିଁ


ଅଭିମାନରେ ସେ କହୁଛି ମତେ

“ଏଇ ଲେଖି ଦିଅନା ତୁମ ଲେଖନୀ ମୁନେ

ଆଉ ମୁଁ ପାରୁନି ରହି ତୁମ ଭାବନା ରାଇଜେ

ଝରଣାର ପାଣି ପରି ମୁଁ ବି ଯିବି ବହି”

ମୋ କଲମରେ କାଳି ନାହିଁ


ଉଠୁଛି ରାଗ ଆଜି ମୋ ନିଜ ଉପରେ

କେମିତି ରଖିନେବି ଆକୁ ମୋ ଆୟତ୍ତେ

ଚାଲିଯିବ ସେ ତା’ ଅଥଳ ଗର୍ଭକୁ

ଭାବନାକୁ ସେ ଆସିବନି ଆଉ କେବେ

ଚାହୁଁ ଚାହୁଁ ରାତି ଯାଉଛି ପାହି

ମୋ କଲମରେ କାଳି ନାହିଁ ।                            

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics