STORYMIRROR

Pravanjan Dash

Tragedy Inspirational

3  

Pravanjan Dash

Tragedy Inspirational

ବେଶୀ ନୁହେଁ ଦୂରତା

ବେଶୀ ନୁହେଁ ଦୂରତା

1 min
193

କେବେ କେବେ ଶବ୍ଦକୁ ପଚାରେ

ଶ୍ରୀଯୁକ୍ତରୁ ସ୍ୱର୍ଗତଃ ଦୂରତା କେତେ?

ପୂର୍ଣ୍ଣରୁ ଶୂନ୍ୟର ଅନ୍ତର କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ସମୟକୁ ପଚାରେ

ଜନ୍ମଦିନରୁ ଶ୍ରାଦ୍ଧଦିବସର ଦୂରତା କେତେ?

ଅଭିନନ୍ଦନରୁ ଶ୍ରଦ୍ଧାଞ୍ଜଳିର ବୟସ କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ନିଆଁକୁ ପଚାରେ

ଏନ୍ତୁଡ଼ିଶାଳରୁ ମଶାଣି ଜୁଇର ଉତ୍ତାପ କେତେ?

ହୋମକାଠରୁ କାଠଗଣ୍ଡିର ଓଜନ କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ 


କେବେ କେବେ ମନକୁ ପଚାରେ

ଆତ୍ମାରୁ ପ୍ରେତାତ୍ମାର ଦୂରତା କେତେ?

ଲୋଭଠାରୁ ଭୟ ଫରକ କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ 


କେବେ କେବେ ଦେହକୁ ପଚାରେ

ଜୀବନଠୁ ମୃତ୍ୟୁ ଦୂରତା କେତେ?

ଶରୀରଠୁ ଶବ ପ୍ରଭେଦ କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ହୃଦୟକୁ ପଚାରେ 

ପ୍ରେମଠୁ ବିରହ ଦୂରତା କେତେ?

ସାଙ୍ଗଠାରୁ ଶତ୍ରୁ ନିଜର କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ପବନକୁ ପଚାରେ

ନିଶ୍ୱାସରୁ ପ୍ରଶ୍ୱାସ ଦୂରତା କେତେ?

ଦେହରୁ ଦହନ ପୀଡାଟା କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ଟଙ୍କାକୁ ପଚାରେ

ଧନୀଠୁ ଗରିବ ଦୂରତା କେତେ?

ସୁନାଠାରୁ ଲୁହା ଫରକ କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ସାଥୀକୁ ପଚାରେ

ସମ୍ପର୍କଠୁ ସ୍ୱାର୍ଥ ଦୂରତା କେତେ?

ନିଜରଠୁ ପର ମମତା କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


କେବେ କେବେ ଦିନକୁ ପଚାରେ

ଆଲୁଅଠୁ ଅନ୍ଧାର ଦୂରତା କେତେ?

ଦିବସଠୁ ରାତି ଭୟତା କେତେ?

ଉତ୍ତର ଆସେ ନାଁ ବେଶୀ ନୁହେଁ


ଶେଷରେ ନିଜକୁ ପଚାରେ

କାହିଁକି ଏ ଲୋଭ ମିଛର ସଂସାରେ

କାହାକୁ ବା ଭୟ ଜୀବନ ଦୁଆରେ

ଅର୍ଥ ଅହଂଭାବ ଗର୍ବ ଅହଂକାର କିଏ କଣ କେବେ ସାଥୀରେ ନେଇପାରେ?

ପରନ୍ତୁ ଆଜିବି ମୁଁ ନିଜ ଉତ୍ତର ଅପେକ୍ଷାରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy