ମୋ ମାଟି ନିଜର
ମୋ ମାଟି ନିଜର
ଚ଼ାଲି ମୁଁ ଆସିଛି ଆଜି କାହିଁ କେତେ ଦୂର,
ଜାଣେନା ଫେରିବି କେବେ ନାହିଁ ତା ଉତ୍ତର
ବନେ ଥାଉ ଗଜ ହେଲେ ଠିକଣା ରଜାର ,
ଯେତେ ଦୂରେ ଥିଲେ ପଛେ ମୋ ମାଟି ନିଜର ।
ବିଦେଶରେ ଥିଲେ ଯେତେ ମନ ଓଡ଼ିଶାର,
ଉତ୍କଳୀୟେ ପରିଚ଼ିତ ପରିଚ଼଼ୟ ମୋର
ବିହଙ୍ଗାନେ ଉଡ଼ିଯାଏ ଝାଡି଼ଦେଇ ପର,
ଯେତେ ଦୂରେ ଥିଲେ ପଛେ ମୋ ମାଟି ନିଜର ।
ହଉ ଅବା କର୍ମ ପନ୍ଥା ଥାଉ ରୋଜଗାର,
ଭୁଲିବିନି ମୋ ମାଟିକୁ କରିବିନି ପର
ପର କଲେ ସହିବ କି ଏ ଧରଣୀ ମୋର,
ଯେତେ ଦୂରେ ଥିଲେ ପଛେ ମୋ ମାଟି ନିଜର ।
ଥାଉ ଯେତେ ଚ଼଼ର୍ଚ୍ଚ,ଗୀର୍ଜା ନାହିଁ ଶ୍ରୀମନ୍ଦିର,
ସଂସ୍କୃତିର ପରିଚ଼଼ୟ ମୋ କଳାଠାକୁର
ଦୂରେ ଥାଇ ବିକାଶିବି ସଂସ୍କୃତି ଆମର,
ଯେତେ ଦୂରେ ଥିଲେ ପଛେ ମୋ ମାଟି ନିଜର ।
ବାର ମାସେ ତେର ପର୍ବ ଭାଷା ମୋ ମଧୁର,
ସେ ଭାଷାରେ ତୋଳି ହୁଏ ହୃଦୟରେ ଘର
କରୁଛି ମୁଁ ପ୍ରଣିପାତ ମାଟି ମା ମୋର,
ଯେତେ ଦୂରେ ଥିଲେ ପଛେ ମୋ ମାଟି ନିଜର ।