Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravanjan Dash

Inspirational

3  

Pravanjan Dash

Inspirational

ସମୟ ଚ଼କ୍ର

ସମୟ ଚ଼କ୍ର

1 min
224



{ଆଜିର ଅତୀତ କାଲିର ଇତିହାସ}

ରଷକ ବାର ମାସ ଛଅ ଋତୁ ନେଇ ,

ଦିନ ଆସି ଦିନ ଯାଏ ଅନୁଭୂତି ଦେଇ ‍।


ରମ୍ଭ ତ ବୈଶାଖରୁ ଶେଷରେ ଚ଼ଇତ ,

ଋତୁ ଆସି ରଙ୍ଗାଏ ସେ ବିଦାୟ ବସନ୍ତ ।


ବୈଶାଖର ଗ୍ରୀଷ୍ମ ତାତି ତୃଷାର୍ତ୍ତ କଷଣ ,

ମୃଦୁ ମଳୟର ସ୍ପର୍ଶ ନିଶା ଆକର୍ଷଣ ।


ଶୀତଳ ପବନ ସଙ୍ଗେ ସୁସ୍ୱାଦୁ ପାନୀୟ ,

ଜ୍ୟେଷ୍ଠ ମାସେ ଗୁଳୁଗୁଳି କରଇ ଅଥୟ ।


ଗ୍ରୀଷ୍ମ ପରେ ବରଷାର ଆଷାଢ଼ ଶ୍ରାବଣ ,

ଶୁଭାଯାଏ ବେଙ୍ଗ ରଡ଼ି ଜାଗେ ଶୀହରଣ ।


ମେଘୁଆ ଆକାଶ ସଙ୍ଗେ ବାଦଲର ମାଳା ,

ଇନ୍ଦ୍ରଧନୁ ବୋହୂ ସାଜେ ଲଭି ଗ୍ରୀଷ୍ମ ଜ୍ୱାଳା ।


ମ୍ପୁଥାଏ ବିଭାବରୀ ବିଜୁଳି ଗରଜେ ,

ଶୋଭାମୟୀ ବସୁନ୍ଧରା ମେଘମାଳା ସାଜେ ।


ର୍ଷା ଶେଷେ ଶରତର ଭାଦ୍ରବ ଆଶ୍ୱିନ ,

କାଶତଣ୍ଡୀ ଫୁଲ ମୋହେ ସଭିଙ୍କର ମନ ।


ମାତୃ ଦେବୀ ଦୁର୍ଗା କାଳୀ ବିନାଶର ବେଶେ ,

ହସି ଉଠେ ଧରା ପୃଷ୍ଠ ଦଶହରା ମାସେ ।


ହେମନ୍ତର ଆଗମନ କାର୍ତ୍ତିକର ପୁଣ୍ୟ ,

ଈଶ୍ୱରଙ୍କ ଉପାସନା ହୁଏ ଜୀବ ଧନ୍ୟ ।


ଗୁଶିର ଶୀତଳତା ଗୃହେ ଲକ୍ଷ୍ମୀ ବାସ ,

ଲିଭି ଯାଏ ଅର୍ଥାଭାବ ଫୁଟି ଉଠେ ହସ ।


ଶୀତ ଆସେ ହସି ହସି ହେମନ୍ତର ଶେଷେ ,

ହିମ ସ୍ପର୍ଶ ଶୀତଳତା ପୌଷ ମାଘ ମାସେ ।


ଡ଼ ଲାଗେ ସବୁ ରାତି ଛୋଟ ଲାଗେ ଦିନ ,

କମ୍ବଳର ଉଷ୍ମତାରେ ସୁନିଦ୍ରା ସପନ।


ଜାଗି ଉଠେ ତନୁ ମନ ଶୀତଳତା ଛୁଆଁ ,

ଦୂର ହୁଏ ହିମ କଷ୍ଟ ପାଏ ଯେବେ ନିଆଁ‍ ।


ସନ୍ତର ଆଗମନ ଶୀତର ବିଦାୟ ,

କୋଇଲିର କୁହୁ ତାନ ପ୍ରେମର ହୃଦୟ ।


ପ୍ରକୃତିର ଯୌବନରେ ଫଗୁଣର ହୋଲି ,

ଚ଼ଇତର ଶୋଭାଧାରେ ଶୋଭାମୟୀ ପଲ୍ଲୀ ।


ଗମନ ବିଦାୟରେ ଚ଼ାଲିଛି ଜୀବନ ,

ଜୀବନର ଅନୁଭୂତି ଗଢି଼ ତୋଳେ ମନ ।


       ଆଜିର ଅତୀତ କାଲି ସାଜେ ଇତିହାସ ,      

      ମନେ ପଡ଼େ କିଛି କଥା ରହେ ଅବଶୋଷ ।     

 


Rate this content
Log in

Similar oriya poem from Inspirational