Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pravanjan Dash

Comedy Classics Inspirational

4  

Pravanjan Dash

Comedy Classics Inspirational

ଟିକେ ହାଉଲେ

ଟିକେ ହାଉଲେ

1 min
296



ମମି ପାପା ଡ଼ାକ ସବୁ ଛୁଆ ମୁହେଁ ବୋଉ ବାପା ଡ଼ାକ ଦୂରେ

ଏ ବି ସି ଡ଼ି ଠାରୁ ଖଡ଼ି ଛୁଆଁ ହୁଏ ଅ ଆ ଥାଉ ପରେ ।


ଭାଇନା ,ଭାଉଜ ଡ଼ାକଟା ଅଡୁଆ କାନ ପାଖେ ତୀର ମାରେ ,

ଜିଜୁ ,ଭାବୀ ,ବ୍ରୋ ଲାଗେ ତ ମଧୁର ଡ଼ାକେ ତାଙ୍କୁ ଇସାରାରେ ।


ମଉସା ,ମାଉସୀ ଡ଼ାକିଦେଲେ ଟିକେ ଦିନେ ଅବା କାଳେ ଥରେ

ମୁହଁଟା ଫୁଲେଇ ମାଉସୀ କହୁଛି ଅଙ୍କଲ ,ଆଣ୍ଟି ଡ଼ାକିବୁ ରେ ।


ସୁନ୍ଦରୀ ଓଠରେ ଲିପିଷ୍ଟିକ୍ ଧାର ସୁନ୍ଦର ତା’ ଯତନରେ

ବାପା ଡ଼ାକିଦେଲେ କାଳେ ଲିଭିଯିବ ଡ଼ାକେ ଡାଡି ଧୀର ସ୍ଵରେ।


ଓଡ଼ିଆ ସିନେମା ଲାଗୁଛି ଅଡୁଆ ମାନ ତା’ର ବିଦେଶରେ

ବିଦେଶୀ ସିନେମା ମନ କିଣି ନିଏ ଭାଷାକୁ କିଏ ପଚ଼ାରେ ।


ପିଠାପଣା ଛାଡ଼ି ମୋମୋ ,ଚ଼ାଓମିନ୍ ଆଦର ତା’ ଘରେ ଘରେ

ଦେଶୀ ଗୁଆଘିଅ ସନ୍ଦେହ କରିକି ବିଶ୍ୱାସ ତା’ ନକଲିରେ ।


ପାଶ୍ଚାତ୍ୟ ସଭ୍ୟତା ସଂସ୍କୃତି ବଢୁଛି ଘରେ ଅବା ଉତ୍ସବରେ

ଭାଷାଟା କମୁଛି ଭାଷଣ ବଢୁଛି ଆଜି ଆମ ସମାଜରେ ।


ସବୁ ବାବୁମାନେ ଓଡ଼ିଆ ଲଭର ପ୍ରେମ ତାଙ୍କ ଭାଷଣରେ

କଥା ପଦକରେ ଇଂରାଜୀ ଲାଗଇ ତାଳି ବାଜେ ପ୍ରଶଂସାରେ ।


ଶୋଷିତ ସମାଜ ବୁଝେ ନାହିଁ କିଛି ଲେଖା ସବୁ ଇଂରାଜୀରେ

ପାଠକ କହୁଛି ଇଂରାଜୀ ସହଜ ଓଡ଼ିଆକୁ ମୁଁ ଯେ ଡରେ ।


ଓଡ଼ିଆ ମୁହଁରେ ଓଡ଼ିଆ ଶୁଭୁନି ପ୍ରେମ ତାଙ୍କ ପ୍ରବାସରେ

ମୁହଁରେ କହନ୍ତି ଗରବେ ଓଡ଼ିଆ କାନ ଶୁଣେ ସନ୍ଦେହରେ ।


ଓଡ଼ିଆ ଭାଷାର ମାନବୃଦ୍ଧି ପାଇଁ ସବୁ କିଛି ଓଡ଼ିଆରେ

ଶାସକ ଇଂରାଜୀ ଟାଣିକି କହୁଛି ଶାସନ ମୋ ଓଡ଼ିଶାରେ ।


କହିଲେ କାହାକୁ ଶୁଣିବ ସେ କିଏ ସମାଜ ତ ଅଡୁଆରେ

ଇଂରାଜୀ କହିଲେ ସମ୍ମାନ ମିଳୁଛି ଓଡ଼ିଆ ଥାଉ ଦୂରରେ ।


ଓଡ଼ିଆ ଭାଷାକୁ ଲାଗିଛି ଗ୍ରହଣ ପୂର୍ଣ୍ଣିମାର ଚ଼ନ୍ଦ୍ର ତୀରେ

ଲୁଚି଼ଯାଏ ଜହ୍ନ ରବିର କିରଣେ ଦେଖା ସେ ଯେ ପୂର୍ଣ୍ଣିମାରେ ।


ଚ଼େଇଁ ଶୁଅନାହିଁ ଉଠିଯାଅ ଭାଇ ଯୋଡ଼େ ହସ୍ତ ବିନୀତରେ

ନିଜ ପରିଚ଼ୟ ଭାଷାରେ ନିହିତ ରଖ ତାକୁ ସମ୍ମାନରେ ।

 


Rate this content
Log in

Similar oriya poem from Comedy