STORYMIRROR

Pramod Kumar Jena

Comedy Tragedy

3  

Pramod Kumar Jena

Comedy Tragedy

କବି ପତ୍ନୀଙ୍କ ବିଳାପ

କବି ପତ୍ନୀଙ୍କ ବିଳାପ

6 mins
27K


ଅଳସୁଆ ଯେତେ     ସଂସାରେ ଅଛନ୍ତି

ନିଜକୁ ବୋଲାନ୍ତି କବି,

କଲମଟେ ଧରି       ନିଶ୍ଚିନ୍ତେ ବସନ୍ତି

ଦେଇ ଘରଣୀଙ୍କୁ ଚାବି (1)


ବଡ ସୁଆଗରେ       ଡାକି ବସେଇବେ

କବିତା ଶୁଣ ଦି ଧାଡି,

ସାରା ଜୀବନରେ     କହିବେନି ଜମା

ଆଣିଦେବି ନୂଆ ଶାଢୀ (2)


ଅସୁବିଧା ହେଲେ     ଦାନ୍ତ ଦେଖେଇବେ

ଯେମିତି ସିଦ୍ଧ ପୁରୁଷ,

(କହିବେ) କପାଳ ଲିଖନ ଭୋଗିଗଲେ ଦିନେ

ରାମଚନ୍ଦ୍ର ବନବାସ (3)


ଟଙ୍କାଟେ ଆଣିଲେ    ଦି ଟଙ୍କା ଫିଙ୍ଗିବେ

ସଭା ସମ୍ମିଳନୀ କରି,

ଅଖିଆ ଅପିଆ ଘରକୁ ଫେରିବେ

ମାନପତ୍ର ଖଣ୍ଡେ ଧରି 4)

କପାଳଟା ଯାର       ନିହାତି ଖରାପ

ଧରିବ ୟାଙ୍କର ହାତ,

ବାପ ପିଲାଙ୍କର       ସେବା କରି କରି

ଆଣ୍ଠୁ ଅଣ୍ଟା ହେବ ବାତ (5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy