STORYMIRROR

Prabhati Mahapatra

Comedy Romance

3  

Prabhati Mahapatra

Comedy Romance

ପ୍ରେମ ପ୍ରବୋଧିତ

ପ୍ରେମ ପ୍ରବୋଧିତ

1 min
151

ବୁଝି ଗୋ ବୁଝି ଗୋ ଅନ୍ତର ବ୍ୟଥାକୁ

ନକହିଲେ ବି ମୁଁ ଜାଣେ

ଝୁରେ ତୁମ ପ୍ରାଣ ମୋର ଲାଗି ପ୍ରିୟ

କୁହ କି ନକୁହ କାନେ ।

ଅନ୍ତର ଭିତରେ ଝୁୁୁରେ ଅବିରାମ

ମୋର ପାଇଁ ସ୍ନେହ ଭାବ

ପ୍ରତିଟି ମୁହୂର୍ତ୍ତ ହୃଦୟେ ସ୍ପନ୍ଦନ

କରାଉଛି ଅନୁୁଭବ

ସେଥିପାଇଁ ତୁୁମ ନିରବତା ଆଜି

ହୃଦୟକୁ ମୋର ହାଣେ ।

ବୁଝି ଗୋ ବୁଝି ଗୋ ........

ମୋର ପ୍ରତିିିଛବିି ତୁୁମ ନୟନରେ

ଢେଉ ଖେଳେ ଅହର୍ନିଶିି 

ଅଧର୍ଯ୍ୟ ମନରେ ଭାରାକ୍ରାନ୍ତ ମନ

ଲାଗେ ଯେହ୍ନେ ଅମା ନିିିଶି 

ସେ ନିଶିରେ ତୁମେ ଜୋଛନା କିରଣ 

ଦେଖେ ମନ ଦରପଣେ ।

ବୁଝି ଗୋ ବୁଝି ଗୋ .......

ତୁମ ମନାକାଶେ ନୀଳ ମେଘ ମସେ

ମୋତେ କଲ ବର୍ଷାରାଣୀ

ବିନା ଶ୍ରାବଣରେ ଝରାଉଛ ମୋତେ

ନିତି ଭିଜେ ନେତ୍ର ମଣି

ହୀରା ମୁକ୍ତା ପରି ମୋର ବେନି ନେତ୍ର

ଭାସୁ ଥାଏ ତୁୁମ ପ୍ରେମେ

ବୁଝି ଗୋ ବୁଝି ଗୋ .......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy