STORYMIRROR

Rajeev Singhdeo

Comedy

4  

Rajeev Singhdeo

Comedy

ନାଇଁ ଖେଲବି ହୋଲି

ନାଇଁ ଖେଲବି ହୋଲି

1 min
288


ଆଜ୍ ଦେଖ୍ ନା

ହୋଲି ର ଦିନ ଟା

ପାଶରି ଯାଇଥିଲିି,

ରଙ୍ଗ ଦେଲା ରୁ

ମନରେ ପଡ଼ଲା

ଆଜ୍ ଅଛି ଟା ହୋଲି।


ପାଖର ଘରର

ଜୁଆଣ ବହୁଟା

ଭାଉଜ ନେଖା ହିଏଇ,

ଭାବଲି ମୁହିଁ

ରଙ୍ଗେଇ ଦେବି

ମିଠା ଟା ଦେବି ଖୁଏଇ।


ରଙ୍ଗ୍ ଟା ଧରି

ଘରକେ ଗଲି

ରଙ୍ଗ ଢାଳବି ବୋଲି,

ଯେମତି ପସ୍ଲି

ଘରକେ ତା'ର

ମରଦ ଟାକେ ଦେଖଲି।


ଭାବଲି ମୁହିଁ 

କେମତି ଦେବି

ତା'ର ବହୁକେ ରଙ୍ଗ,

ମରଦ୍ ମୋକେ

ପଚାରଲା ତାହୁଁ

କି ଆଣିଛ ସଙ୍ଗ ।


ବାହାନା କରି

ଭିତର ଗଲି

ମାଇଝି ଗଲା‌ ଛଲକି 

ହାତରେ ଥିଲା

ରଙ୍ଗ ଜେତକି

ଢାଳଲି ମୁହିଁ ସେତକି।


ମରଦ ଦେଖି

ଧରଲା ବାଡ଼ି

ଛାଡବି ନାହିଁ ତୋକେ,

ଦେଖଲୁ ନାହିଁ

ଜୁଆଣ‌ ବହୁଟା

କହିଲୁ ନାହିଁ ମୋକେ ।


କାନଟା ଧରି

ହାତ ଦୁଇଟା

ଉଠ ବସ କର ବଲି,

ସେଇ ଦିନରୁ

କିରା ଖାଇଲି

ନାଇଁ ଖେଲବି ହୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy