STORYMIRROR

Balaram Barik

Comedy

3  

Balaram Barik

Comedy

❤️ପ୍ରଥମ ପ୍ରେମ ❤️

❤️ପ୍ରଥମ ପ୍ରେମ ❤️

1 min
263


      ||1||

ଆଖି ଯାହାକୁ ପ୍ରଥମ ଥର ଦେଖିଲା ପରେ

ମନ ଚହଲି ଯାଇଥିଲା,ମୋ ପ୍ରଥମ ପ୍ରେମିକା ସିଏ।

ସନ୍ଧ୍ୟାରେ ମୁହଁରେ ପାଉଡର ମାଖୀ

ନଈକୂଳକୁ ଶୌଚ ହେବାକୁ ସେ ଯାଏ ।

ଜୋରରେ ଟିକେ ଥଣ୍ଡା ହେଲେ ସିଙ୍ଘାଣି

ସଡ଼ ସଡ଼ କରି ବାଁ ହାତର ନେଟିରେ ପୋଛିଦିଏ।

ମୋତେ ବାସିରେ ସେ ନପଚାରିଲେ ବି 

ମୁଁ ତା ପଛରେ ବିନା କାରଣରେ ଧାଏଁ।

ତାକୁ ଜଣା ନଥିଲା ମୋ ପ୍ରଥମ ପ୍ରେମିକା ସିଏ।

    ||2||

ତାଙ୍କ ଚାହାଣୀ, ଖଜୁରୀ ବେଣୀ ନେଉଥିଲା ମୋତେ ଟାଣି।

ତାଙ୍କ ଶାଢୀ କୁଞ୍ଚ ତାଙ୍କ,ରଙ୍ଗୀନ କାଚ କରୁଥିଲା ଗୁଣୀ।

ତାଙ୍କ ବେତ୍ରାଘାତ,ଦିଏନି ଆଘାତ ଭଲ ଲାଗେ ତାଙ୍କ ଠାଣି।

ସେ ଥିଲେ କ୍ଲାସେ,ଆସେନି ସାନପାସ୍ ପିଇବାକୁ ଯାଏନି ପାଣି।


    ||3||

ସେ ଯେବେ ଲେଡି ବାର୍ଡ ସାଇକେଲ ଯାଏ ଚଲେଇ ।

ତାକୁ ମୁଁ ଚାହେଁ ମୁହଁକୁ ବାରମ୍ବାର ବୁଲେଇ ବଙ୍କେଇ।

ପାଟି ହୋଇଯାଏ ଅଠା ସେ ଯେବେ ଆସେ ପାଖେଇ।

ତାକୁ ଜଣା ନାହିଁ ତା ରଫ ଖାତାରେ ମୋ ନାଁ ଦେଇଛି ଗାରେଇ।


   ||4||

କହିବି କହିବି ବୋଲି ଭାବି ତାକୁ କହିପାରିଲିନି କିଛି।

ମୋ ରାଲେ ସାଇକେଲ ଦେଖି ବୋଧେ କରିଦେଲା ଛି ଛି।

ଜାଣି ପାରିଲି ନାହିଁ ତା ମନରେ ମୋ ପାଇଁ ଜାଗା ଅଛି। 

ନକହିବାରୁ କିଛି ସ୍ପୋର୍ଟସ ବାଇକ ଟୋକାକୁ ନେଲା ବାଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy