ପିଲାଟି ଆମର ଭାରି ସୁନ୍ଦର
ପିଲାଟି ଆମର ଭାରି ସୁନ୍ଦର
ଦେହ ସାର ଖାଲି ହାଡ ହିଁ ହାଡ ଲୋ
ମାଉଁସ ନାହିଁ ତ ଜମା
କଥାରେ କଥାରେ ଚୋବାଏ ଘୁଟୁକା
ପ୍ୟାକେଟରେ କରି ଜମା ।
ଦାନ୍ତ ଗୁଡିକ ତାର ନାଲି ଉଖୁଡ଼ା
ହସିଲେ ଦିଶଇ ଭାରି
ମିଛଟାରେ ସିଏ ଘୁରୁ ବୁଲୁଥାଏ
ହାତରେ ଫୋନକୁ ଧରି ।
ଆଜିକାଲି ସିଏ ଫେସନ୍ ହେଉଛି
ନୂଆକି ଲଭ୍ କରୁଛି
ରାତି ଆଉ ଦିନ ଭୁଲି ସେ ଯାଉଛି
କୁନୁ,କୁନୁ ସେ ହଉଛି ।
ପିଲାଟି ଆମର ବିଦେଶ ଫେରନ୍ତା
ଅଭାବ ନାହିଁ ଯେ କିଛି
ଦଶ ବାର ଦିନ ବିତି ଗଲା ପରେ
ସବୁ ତାକୁ ଲାଗେ ଛି ,ଛି ।
ମିଛଟି ତାହାର ପ୍ରଥମ ବନ୍ଧୁ ଲୋ
ସତ କଣ ଜାଣେ ନାହିଁ
କଥାରେ କଥାରେ ହୋଇଯାଏ ପାରି
ଦୁଃଖ ତା ଜୀବନେ ନାହିଁ ।
କାହାକୁ ଡାକେ ସେ ଦାଦା ଖୁଡି ଆଉ
କାହାକୁ ଡାକେ ଭାଉଜ
ସବୁବେଳେ ପାଇଁ ଖୋଜୁ ଥାଏ ସିଏ
ଗାାଆଁରେ ହୁଅନ୍ତା ମଉଜ ।
ପ୍ୟାଣ୍ଟ ଖଣ୍ଡକ ଅଣ୍ଟାରେ ରହୁନି
କଥା କୁହେ ଚୋପାଛଡା
କିନ୍ତୁ ଛୋଟୁ ଛୋଟୁ ଡାକ ପକାଇଲେ
ପାଶେ ହୁଏ ସିଏ ଛିଡା ।
ପିଲାଟି ଆମର ଭାରି ସୁନ୍ଦର ଲୋ
ନଥାଏ ତା ମନେ ଦୁଃଖ
ସଦା ସର୍ବଦା ସେ ଘୁରି ବୁଲୁଥାଏ
ଖୋଜୁ ଥାଏ ଟିକେ ସୁଖ ।
ନ ଥାଏ ତା ମନେ ଦୁଃଖ
