STORYMIRROR

puja pradhan

Comedy Children

4  

puja pradhan

Comedy Children

ମାଛ ଝୋଳ

ମାଛ ଝୋଳ

1 min
289

ଆଜି ରବିବାର ମାଛ ଝୋଳ

    ମାଛ ଭାଜି, ଭାଜି, ଦେହରେ ଗରମ ଫଳ

ସାନ ବଡ଼ ହୋଇ ୯ ଫଳ

   କି ଖାଇବି ମୁଁ ମାଛ ଝୋଳ

ଝୋଳ ଖାଇବାକୁ ସବୁରି ମନ

   ମାଛ ଭାଜି ବାକୁ ମୁଁ ଉଛନ

ତରବର ହୋଇ ମାଛ ଭାଜିଲି

   ୯ ଟି ଫଳ କୁ ସ୍ୱାଗତ କଲି

ସୋରିଷ, ଜିରାରେ, ଲଙ୍କା କୁ ବାଟି

  ପିଆଜ, ଆଳୁ, ଟମାଟକୁ ଦେଇଛି କାଟି

ମାଛ ଭଜା କରିବାକୁ ପ୍ରସ୍ତୁତ ହେଲି

   ପ୍ରଥମେ ତେଲକୁ ଗରମ କଲି

ଗୋଟେ, ଗୋଟେ କରି ମାଛ ଭାଜିଲି

   ଶେଷରେ ଆସିଲା ମାଛ ଲାଞ୍ଜ ର ପାଳି

ମନେ, ମନେ ମାଛ କୁ ଦେଉ ଥିଲି ମୁଁ ଗାଳି

   ଗାଳି ଟି ଆରମ୍ଭ ହୋଇ ଥିଲା

ମାଛ ତେଲରେ ଦେହରେ

  ଗରମ ଫଳ ଫଳିଲା

କଣ କହିବି ମାଛକୁ ଆଉ

   ମାଛ ତେଲ ଦେଖ ସାଧିଲା ଦାଉ

ଅସ୍ତବ୍ୟସ୍ତ ହୋଇ ମସଲା କଷି

  ମାଛ ତରକାରୀ କରିଲି ବସି

ତରକାରୀ ଦେଖି ପିଲାଏ ଖୁସି

  ମନରେ ଖାଇଲେ ବସି

ପିଲାଙ୍କ ଖୁସିକୁ ଦେଖିଲି ଯେବେ

   ଗରମ ଫଳକୁ ଭୁଲିଲି ତେବେ

ରବିବାର ର ମାଛ ଝୋଳ

   ମନେ ରହିଗଲା ସବୁ ଦିନର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy