Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Children Stories Comedy

4.5  

Jagannath Barik

Children Stories Comedy

ମେଘ ବରଷିଲା ଟପର ଟପର

ମେଘ ବରଷିଲା ଟପର ଟପର

1 min
450


ମେଘ ବରଷିଲା ଟପର ଟପର

ମଞ୍ଜିରୁ ବାହାରେ ଗଜା

ସାରୁ ବୁଦାମୂଳେ ବେଙ୍ଗଟିଏ ବସି

ନିଜକୁ ବୋଲାଏ ରଜା |

ମେଘ ବରଷିଲା ଟପର ଟପର

ହାଡ଼ିଘର ପଡ଼ିଆରେ

ହାଡ଼ିଘର ବୋହୁ ପିଠା କରୁଥିଲା

ଖଣ୍ଡ ଖଣ୍ଡ ନଡ଼ିଆରେ |

ମେଘ ବରଷିଲା ଟପର ଟପର

ଛପରୁ ଗଳିଲା ପାଣି

ଚୂଲି ମୁଣ୍ଡେ ବସି ନିଆଁ ପୋଉଁଅଛି

ନାଣ୍ଡିମୁଣ୍ଡି ବାଇଆଣି |

ମେଘ ବରଷିଲା ଟପର ଟପର

ଉଛୁଳିଲା ହିଡ଼ବାଡି

କାଦୁଆ ମାଟିରେ ଚକ ପଶିଗଲା

ବନା ପଡ଼େ ମୁହଁମାଡ଼ି |

ମେଘ ବରଷିଲା ଟପର ଟପର

ଆସିଲାଣି ନଈବଢ଼ି

ବାନ୍ଧିଦେ ଗଣ୍ଠିଲି ଧରି ପିଲାପିଲି

ବନ୍ଧରେ ଯିବାଲୋ ଚଢ଼ି |

ମେଘ ବରଷିଲା ଟପର ଟପର

କାଦୁଆ ହୋଇଲା ବାଟ

ନାଲୁ ଅବଧାନ ଗୋଡ଼ାଏ ଚାଟଙ୍କୁ

ହାତରେ ଧରିଛି ଛାଟ |

ମେଘ ବରଷିଲା ଟପର ଟପର

ପବନ ବହିଲା ଖର

ନଈ କୂଳେ ଘର ଲାଗେ ଭାରି ଡର

ବେଳ ଥାଉଁ ବାଟ କର |

ମେଘ ବରଷିଲା ଟପର ଟପର

ଛତୁ କିଆ ଫୁଟିଲାଣି

ନଈଘାଟେ ବୁଢ଼ା ନାଉରୀ ବାପୁଡ଼ା

ମାରୁଛି ତୁଚ୍ଛା ଫୁଟାଣି |

ମେଘ ବରଷିଲା ଟପର ଟପର

ରଥେ ବିଜେ ଜଗନ୍ନାଥ

ତା ରଥ ଦଉଡି ଥରେ ଦେଲେ ଭିଡ଼ି

ହୋଇଵା ବୈକୁଣ୍ଠ ପ୍ରାପ୍ତ |

--------------



Rate this content
Log in