STORYMIRROR

Satyabati Swain

Comedy

4  

Satyabati Swain

Comedy

ଅନ୍ଧ ଦେଶେ ଗଲି ଦର୍ପଣ ବିକି

ଅନ୍ଧ ଦେଶେ ଗଲି ଦର୍ପଣ ବିକି

1 min
594

ଲକ୍ ଡାଉନ୍ ଯୋଗୁଁ ବେପାର ମାନ୍ଦା

ବେପାର ଗୋଡ଼ରେ କରୋନା ବନ୍ଧା

ଘରେ କିଛି ନାହିଁ ନ ହୁଏ ମୋ ରନ୍ଧା

ଯା ଯେଉଁଠି ଥିଲା ଆଣି ହେଲେଣି ଚନ୍ଦା।


ଲକ୍ ଡାଉନ୍ ନିୟମ ହେଲା କୋହଳ

ଦରପଣ ବ୍ୟବସାୟ ଅଟଇ ମୋହର

ସାଇକେଲେ ପରେ ନଦି ଗଣ୍ଠିଲି ଭାର

ଇଷ୍ଟ ସୁମରି ବେପାରେ ହେଲି ବାହାର।


ତର ତର ହୋଇ ଗଲି ଗୋଟିଏ ଦେଶ

ହାଉ ଯାଉ ଲୋକ ଦେଖି ହେଲି ହରଷ

ଭଲ ବେପାର ହୋଇବ ଏଠାରେ ଅବଶ୍ୟ

ଡାକିଲି ଦର୍ପଣ ନେବ ଗୋ କିଏ ସେ ଆସ।


ଡାକ ଶୁଣି ଲୋକେ ଲୋକେ ଆସିଲେ ଧାଇଁ

ଗୋଟି ଗୋଟି କାଢି ଦର୍ପଣ ଦେଲି ଦେଖାଇ

ଦର୍ପଣର ଯେତେ ଗୁଣ ଗ୍ରାମ ଦେଲି ବତାଇ

ହିରୋ ହିରୋଇନ୍ ଦିଶିବ ଏ ଦର୍ପଣେ ଭାଇ।


ସଭିଏଁ ଧଇଲେ ଗୋଟିଏ ଗୋଟିଏ ଦର୍ପଣ

ଦି ପଇସା ବେପାର ହେବ ଜାଣି ଖୁସି ମନ

ଖୁସି ମୋର ପାଣି ଫୋଟକା ହୋଇଲା ଜାଣ

ଲୋକେ କହିଲେ ମୁହଁ ଦିଶୁନାହିଁ ଆମର କଣ ।


କି କହିବି ମୋର ନିଅଁଣ୍ଟିଆ ଜୀବନ କାହାଣୀ

ଅନ୍ଧ ଦେଶେ କି ବେପାର କରିବି ଦର୍ପଣ ଆଣି

କଣା କୁହେ ତୋର ମୁହଁ ଦିଶେ କି ଲୋ କାଣି

କାଣି କୁହେ କି ଦିଶିବ ଆହେ ଏଟା ଅନ୍ଧାର ମୁଣି।


କାନ ମୁଣ୍ଡା ଆଉଁସି ଆସିଲି ଭାଗ୍ୟକୁ ନିନ୍ଦି

ଅନ୍ଧଦେଶେ ଗଲି ଦର୍ପଣ ବିକି ମୋ ମନ୍ଦବୁଦ୍ଧି

କେତେ କରିଥିଲି କଳ୍ପନା ଜଳ୍ପନା ମନେ ଫାନ୍ଦି

ଫୁସୁରୁ ଫାଟିଗଲା ଏବେ ପୁଣି ହେଲି ଗୃହ ବନ୍ଦି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy