STORYMIRROR

Goutam Mohanty

Comedy Romance

3  

Goutam Mohanty

Comedy Romance

ଅବୁଝା

ଅବୁଝା

1 min
361


ତୁମକୁ ଚିଠିରେ ଲେଖିଥିଲି

ମୁଁ ଯଦି ତୁମ ପ୍ରେମ ପାଇଯାଏ

ତେବେ ସେ ରାସ୍ତାରେ କେବେ

ଦ୍ଵିଧା ନାହିଁ ମରିବାକୁ ବି ମୁଁ ପ୍ରସ୍ତୁତ...।

ଉଦବିଗ୍ନତାରେ ଅପେକ୍ଷିତ ଥିଲି

ତୁମ ଉତ୍ତର ଆଜି ଚିଠିରେ ପହଁଞ୍ଚିଛି

ଇଏକି ଅବୁଝାପଣର ସ୍ଵାକ୍ଷର ନେଇ

ସେ ଚିଠି ମୋତେ ପ୍ରଶ୍ନ ପଚାରିଛି...

---କି ଠିକଅଛି ତୁମେ ମୋ ପ୍ରେମରେ

ଆବଶ୍ୟକ ହେଲେ ମରିବାକୁ ପ୍ରସ୍ତୁତ,

ହେଲେ ସତ କହିବ ଥରୁଟିଏ

ତେବେ ବଞ୍ଚିବାକୁ ଚାହୁଁଛ କାହା ସହିତ..??

               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy