ବାଃ ବାଃ ବାଃ କେମିତି ମଜା
ବାଃ ବାଃ ବାଃ କେମିତି ମଜା
ବାଃ ବାଃ ବାଃ କେମିତି ମଜା
ଗଧ କବି ହୋଇ ଗାଉଚି ତାଜା !
ମନ ଇଛା ଗାଇ ଆସିଲା ଖସି
ପାଳିଆ ଚେଲାଏ ତାଳିରେ ଖୁସି !
ଧାକଡ଼ଟା ଭଲ ଭିଡ଼ିଚି ଟାଏ
ରଙ୍କ ପ୍ରେମଗୁଣ ବାହାରୁଥାଏ !
ନାରୀ ଚକରକୁ ଧଇଁଆ ସତେ
ବାନା ଧାକଡ଼ଟା ନାଚୁଛି କେତେ !
ପଛରେ ଚେହେଙ୍କା ଛତରା ବଙ୍କା
ତା ଖେଳ ଦେଖାଏ ପୁଳାଏ ଟଙ୍କା !
ଭାରି ଗହଳିକୁ ସାହିତ୍ୟ ଆଶା
ଧୂଆ କି ଅଧୂଆ ମୂଳାକୁ ମିଶା !
ଜମାଣିଆ ସତେ ସାହିତ୍ୟ ଖଟି
ଛାତିରେ ଝୁଲୁଚି ଲେଖକ ପଟି !
ବାହାରେ ଭିତରେ ଦର୍ଶକ ଲୟ
କାଢୁ କେତେ ତାଙ୍କ ଜାଣିବା ଥୟ !
ମାଂସ ଝୋଳ ପୁଣି ପଛକୁ ଚଳେ
ଟଙ୍କାକୁ ବାନ୍ଧିକି ବକତ ମିଳେ !
ଘାଇଲା ଭାବୁକ ଲେଖାକୁ ଜାରି
ସଇଲା ସାହିତ୍ୟ ମାନକୁ ହାରି !

