Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Comedy Romance Tragedy

4  

Bharatabandhu Biswal

Comedy Romance Tragedy

ଗାଡ଼ି ଯାଆ ଗଡି

ଗାଡ଼ି ଯାଆ ଗଡି

1 min
613



ସ୍ୱାମୀ କହୁଛନ୍ତି ପତ୍ନୀଙ୍କୁ ଗେହ୍ଲେଇ

ଆଣିବା ମଟର ଗାଡ଼ି

ନୂଆ ନୂଆ ଜାଗା ବୁଲି ଦେଖିଯିବା

ନିଜର ଗାଡ଼ିରେ ଚଢ଼ି ।


ରହୁଛନ୍ତି ଆମେ ଘରଠୁ ବାହାରେ

ଛୋଟ ଆମ ପରିବାର

ସମାଜେ ପ୍ରତିଷ୍ଠା ପ୍ରଦର୍ଶନ ପାଇଁ

ବାହନ ତ ଦରକାର ।


ପତ୍ନୀଙ୍କ ମୁହଁରେ ଖେଳିଗଲା ହସ

କହିଲେ ଫୁଲେଇ ହୋଇ

ପାଟିରେ ତ ଜମ୍ମା ବାଟୁଳି ବାଜୁନି

ଠଣଠଣ ମୁଦ୍ରା ନାହିଁ ।


ବୁଝାଇ କହିଲେ ସୁଆମୀ ପ୍ରବର

ବୁଦ୍ଧିମତୀ ଥୟ ଧର

କିଛି ଦିନ ମଧ୍ୟେ ଆସିଯିବ ଗାଡ଼ି

ମୋ କଥା ବିଶ୍ୱାସ କର ।


ପ୍ରିମିୟମ ଜମା କରିଦେଲେ କିଛି

ନୂଆ ଗାଡ଼ି ହେଲା ଠିଆ

ସୁଝିଦେବା ମୂଲ୍ୟ କିସ୍ତି ଆକାରରେ

ମାଲିକ ମୁଁ ସଉକିଆ ।


ଏବେ ଚକ ଅଖ ଇଞ୍ଜିନ ପରିକା

ନେଉଛି ନିଜକୁ ଭାବି

ମନେକର ତୁମେ ନୂଆ ମଟରର

ନରମ ସୁନ୍ଦର ଗଦି ।


ଆମ ପୁଅ ଝିଅ ସାଥି ପର୍ଯ୍ୟଟକ

ଦଉଡୁଛି ଆମ ଗାଡ଼ି

ଯୁଗ ସହ ଆମେ ତାଳ ଦେଇ ଯିବା

ଆଗକୁ ବେଗରେ ମାଡ଼ି ।


କଲିଙ୍ଗବେଲଟି ବାଜିଲା ଦୁଆରେ

ଆସିଥିଲେ ବାପା ମାଆ

ଖୁସି ହୋଇଗଲେ ପୁଅ ବୋହୁ ଦେଖି

ଶୁଣି ନୂଆ ଗାଡ଼ି କଥା ।


କହିଲେ ବାବୁରେ ଆମେ ତ ଜଳିଛୁ

ଜଳୁଅଛୁ ଜଳୁଥିବୁ

ଭାବିନିଅ ଆମେ ଗାଡ଼ିର ଇନ୍ଧନ

ପକାଇଲେ ଚଳାଇବୁ ।


ନ ଚଳିବ ଗାଡ଼ି ତଇଳର ବିନା

ଏ କଥା ମନରେ ହେଜ

ମାଆ ବାପା ବିନା ଜୀବନ ଅସାର

ଗତି ଶୂନ୍ୟ ଗାଡ଼ି ବେଗ ।

  ------



Rate this content
Log in

Similar oriya poem from Comedy