STORYMIRROR

Arjuni charan Behera

Comedy Others

4  

Arjuni charan Behera

Comedy Others

କାର୍ତ୍ତିକେ ପଡ଼ଇ ଲୋଡ଼ା

କାର୍ତ୍ତିକେ ପଡ଼ଇ ଲୋଡ଼ା

1 min
460

   

    ଓଉ ଫଳ ପାଞ୍ଚ ଫଡା,

ନ ଦେଖିଲା ଓଉ ଛଅଟି ଫଡା ଲୋ

    କାର୍ତ୍ତିକେ ପଡ଼ଇ ଲୋଡ଼ା ll

      ଓଉ ଫୁଲ ଦିଶେ ଧଳା,

ଜଗନ୍ନାଥିଆଟା ତ୍ରିପଣ୍ଡ କଳା ଲୋ

       ବଳିଆ ଦିଶେ ଧଉଳା ll

      ଓଉ କାଠ ଭାରି ସିଠା,

ହାଣି ହାଣି ହେଲା ବାରିଶି କୁନ୍ଥା ଲୋ

      ବଢ଼େଇ ପିଟିଲା ମଥା ll

     ଜହ୍ନି ସାଙ୍ଗେ ଦେଇ ଓଉ

ରାଇ କରିଦେବ ମଝିଆଁ ବୋହୁ ଲୋ

      ବଡ଼ କରିଦେବ ଯାଉ ll

      ସାନର ଓଉ ରାଇତା,

ହବିଷ କରିବି ପୁଜି ଦେବତା ଲୋ

         କାଟିବି ମୁରୁଜ ଚିତା ll

      ମୁଗ ଡାଲି ଗୋଡ଼ା ଲୁଣ

କନ୍ଦ ମୂଳ ସଙ୍ଗେ ସିଝା ତିଅଣ ଲୋ

       ଓଉ ଖଟା ଟିକେ ଆଣ ll

      ଓଉ ଫଳ ଦିଶେ ନେଳି,

ଗୋପ ବୃନ୍ଦାବନ ବୁଲି ଆସିଲି ଲୋ,

       ଆଣିଲି ଯମୁନା ବାଲି ll

        ଛିଡା ଛିଡା ଓଉ ପତ୍ର,

ବଙ୍କିମ କାଳିଆ ଅଧର ନେତ୍ର ଲୋ

        ଟେକିଛି ମନ୍ଦର ଛତ୍ର ll

      ଓଉ ଲାଗେ ଟିକେ ଟଙ୍କ

କୃଷ୍ଣ ଜନମିବେ କାଳିଆ ଗର୍ଭୁ ଲୋ

        ଖାଇ ଓଉ ଓ ଯେଉଟ ll

       ଓଉ ହରେ ବାତ ପିତ,

ବଡ଼ ଔଷଧି ଏ କହୁଛି ସତ ଲୋ

       କାର୍ତ୍ତିକେ ଖାଆ ନବାତ ll

       ଓଉ ଗଛ ମୂଳେ ଭାଲୁ,

ଓଉ ପଡୁଥିଲା ଦାଆଲୁ ଦାଲୁ ଲୋ,

       ଜମା ମାରୁନାହିଁ ଗାଲୁ ll

      ଡାଲମାରେ ଓଉ ଦେଇ,

ଖେଚୁଡ଼ି ସାଙ୍ଗରେ ଘିଅ ପକାଇ ଲୋ

         ହବିଷ କରିବ ଆଈ ll

       ଦାମୋଦର ସଙ୍ଗେ ରାଈ,

କାର୍ତ୍ତିକେ ପୂଜିବା କଳା କହ୍ନାଇ ଲୋ

         ପଞ୍ଚୁକେ ଅନନ୍ତ ଶାୟୀ ll

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy