STORYMIRROR

Sunanda Mohanty

Comedy Tragedy Action

4  

Sunanda Mohanty

Comedy Tragedy Action

ଅତିଥି

ଅତିଥି

1 min
414

ଆଜିକାଲି ଆଉ କେହି କାହାଘରେ ହେଉ ନାହାଁନ୍ତି ଅତିଥି 

କାରଣ ଭିତରେ ବଦଳି ଗଲାଣି ସଂସ୍କୃତି ସମ୍ପ୍ରତି 

ଘରେ ଘରେ ପୁଣି ଚାକିରିଆ ଦମ୍ପତ୍ତି ଅର୍ଥ ସ୍ୱାମୀ ଓ ସ୍ତ୍ରୀ 

ଯିଏ ଆସେ ଯେଉଁ କାମରେ ଗୁଆ ଦେବା ପାଇଁ କିଏ କେମିତି 

ତାଲା ପଡିଥାଏ ଦେଖି ଚାଲିଯାଏ ମୋବାଇଲି କହି ଚଳାଏ ଯେମିତି 

ଆଉ ଯିଏ ଅତି ନିଜର ବାପା ଅବା ମାଆ ଆସିଥାନ୍ତି କିଏ କେମିତି 

ବାଟ ପାଆନ୍ତିନି ପଳାଇ ଯିବାକୁ ବ୍ୟବସ୍ଥା ହେଳାଣି ଯେମିତି 

ତଥାପି ଅତିଥି ଆସିବେ ନିଶ୍ଚିନ୍ତ ସାଙ୍ଗ ସୁଖ କିଏ କେମିତି 

ତାଙ୍କ ପାଇଁ ଘର ସାଜ ସଜ୍ଜା ହେଉଥାଏ ସଦା ରଖି ସତେ ଭକତି 

କି କାଳ ହୋଇଲା ଅତିଥି "ଦେବ ଭବୋ "ନୀତି ଆଜି ଅନୀତି 

ସହଜେ ଦିଗୁଣା କଲା ତାକୁ ମହାମାରୀ ଏମିତି 

ସତର୍କେ ଚଳନ୍ତି ମାସ୍କ ପିନ୍ଧାନ୍ତି ଦୂରୁ ଦେଖି ଦେଲେ ଅତିଥି 

ସାବୁନୁରେ ହାତ ଧୋଉଥାନ୍ତି ମଇଳା ଲାଗିଛି ଯେମିତି 

ଅତିଥି ମାନଙ୍କୁ ସାନିଟାଇଜର ଦେଇ ବସିବାକୁ ଅବା କୁହନ୍ତି 

ରୋଗ ହାବଭାବ ପୁଣି ପାଦୁର୍ଭାବ ଅତିଥିଏ ବୁଝିଯାଆନ୍ତି 

ଚା ପାଣି ଅବା ବିସ୍କୁଟ ଦିଖଣ୍ଡ ଦେବା ନେବା ରେ କୁଣ୍ଠିତ ହୁଅନ୍ତି ତଥାପି କୁଣିଆ ଆସିଲେ ପିଲେ ମିଠା ପୁଡିଆ ଟା ଖୋଲନ୍ତି 

ସାନିଟାଈଜ ପାଇଁ ଓଭାନ କାଢି ଗରମ କରୁ ଥାଆନ୍ତି 

ଅତିଥି ବି ସହୃଦୟତାର ସହ ପାରିପାର୍ଶ୍ଵ ଅବସ୍ଥା କୁ ବୁଝି ଯାଆନ୍ତି 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy