STORYMIRROR

Parshuram Baliarsingh

Comedy Inspirational Others

4  

Parshuram Baliarsingh

Comedy Inspirational Others

ବିକାଶ ପଥରେ ଭାରତ

ବିକାଶ ପଥରେ ଭାରତ

1 min
618

ରାଜନୀତି ନୁହେଁ ଯୁଦ୍ଧନୀତି ଏହା 

     ଚାଲିଅଛି ଭାରତ ରେ 

ମରିଲ ବଞ୍ଚିଲେ ଖାଇଲେ ବୁଲିଲେ

    ରାଜନୀତି ଯେ ବାହାରେ  ।।

ବିକାଶ ପାଇଁ ଫରେନ୍ ଗଲେ ନେତା

    ରାଜସ୍ୱ ଏଠାରେ ସରେ 

ସୁରକ୍ଷା ପାଇଁ ରାଫେଲ କିଣିଲେ 

    ଦୁର୍ନୀତି ଏଠି ବାହାରେ  ।।

କିଏ କରେ ଏଠି ମହାମେଣ୍ଟ ପୁଣି 

    ଅନଶନ କିଏ କରେ  

ରାସ୍ତା ରୋକ୍ ଆଉ ଅନଶନ ବେଳେ 

  ସାଧାରଣ ଲୋକ ମାରେ ।।

ନିର୍ବାଚନ ବେଳେ ଉଡ଼େ ଟଙ୍କା ଏଠି 

  କିଏ ଛାଡେ କିଏ ଧରେ 

ବନ୍ୟା ବାତ୍ୟା ଆଉ ମରୁଡ଼ ସମୟେ 

   ସେଲିବ୍ରିଟୀ ଦାନ କରେ  ।।

ନାରୀ ପାଇଁ ଏଠି ଅଣ୍ଟା ଭିଡ଼ି ଥାଆନ୍ତି 

   ଛୋଟରୁ ବଡ଼ ଦଳରେ 

କିନ୍ତୁ ନାରୀ ନିର୍ଯାତନା ବଡ଼ିଥାଏ ଏଠି

      ଗାଁରୁ ସହରରେ ।।

ଯୋଜନା ଉପରେ ଯୋଜନା ହୁଏ 

   ମହାନ୍ ବ୍ୟକ୍ତିଙ୍କ ନାମରେ 

କାଗଜେ କଲମେ ରହିଯାଏ ତାହା 

   ଟଙ୍କା ବି ଅଧାରୁ ସରେ  ।।

ଆମ୍ବୁଲାନ୍ସ ସେବା ନଯାଇ ପାରି 

  ରୋଗୀଙ୍କୁ ବୁହନ୍ତି କାନ୍ଧରେ 

ନଦୀବନ୍ଧ ପରି ଯୋଜନା ରହିବି 

  ଚାଷୀ ଆତ୍ମହତ୍ୟା କରେ  ।।

ସାଧାରଣ ଲୋକ ଜାଣେ ନାହିଁ କିଛି 

   କ'ଣ ଚାଲିଛି ଦେଶରେ 

ପରମ୍ପରା ଭଳି ଭୋଟ୍ ଦେଇଥାନ୍ତି 

   ନେତାଙ୍କୁ ନଦେଖି ଥରେ  ।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy