STORYMIRROR

Parshuram Baliarsingh

Inspirational

4  

Parshuram Baliarsingh

Inspirational

ଶବ୍ଦର ଯନ୍ତ୍ରଣା

ଶବ୍ଦର ଯନ୍ତ୍ରଣା

1 min
513

ଏ ଦେହ ତ ସହିଛି ଅନେକ ଆଘାତ

   ବାଡ଼ିରେ ହେଉବା ଲୁହାରେ 

ଦିନେ ଦୁଇଦିନ ବିତିଗଲା ପରେ

    କମେ ମଲମର ଛୁଆଁରେ ।।


ଆଘାତ ଶରୀର ଭରି ଯାଏ ଧିରେ

      ପୃଷ୍ଟିସାରର ଆହାରେ 

 ହେଲେ ଶବ୍ଦର ଯନ୍ତ୍ରଣା କମେ ନାହିଁ କେବେ

    ଜଳେ ଘିଅ ଦିଆ ନିଆଁରେ ।।


ଜଳୁଥାଏ ନିତି ରହି ଦିନ ରାତି

    ହୃଦୟ ବାହାରେ ଭିତରେ 

ଏ ଯନ୍ତ୍ରଣାର ଅବାକି ମଲମ ରହିଛି 

      ଜାଣିଥିଲେ କୁହ ଥରେ ?


ହେଲେ ବି ମଣିଷ ଅଭିନେତା ହୋଇ 

     ବଞ୍ଚିବାକୁ ଏଠି ପଡ଼େ

 ମନେ ପଛେ ତାର ଯେତେ କଷ୍ଟ ଥାଉ 

     ହସି କଥା ହୋଇପାରେ ।।


କାହାକୁ ଅବା ସେ ଯନ୍ତ୍ରଣା କହିବ 

     ଶୁଣିବ କିଏ ସେ ଧିରେ

ସଭିଏ ତ ଆଜି କର୍ମଠ ହେବାକୁ 

     ଗଲେଣି ଚାଲି ସେ ଦୁରେ ।।


କାହିଁ ସେ ସମ୍ପର୍କ କାହିଁ ସେହି ପ୍ରେମ

     ନାହିଁ ଆଉ କାହା ମନରେ

ଦେଖେଇବାକୁ ଆଜି ଓଠ ଖୋଲିଦେଇ

     ହସନ୍ତି ପଦୁଟେ କଥାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational