Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ନଯାରେ ଗୋରି ବାଲି ଯାତରା ଦେଖି

ନଯାରେ ଗୋରି ବାଲି ଯାତରା ଦେଖି

1 min
573



ବାଲିବୋଲି ଦ୍ୱୀପଟିଏ ନୀଳ ସମୁଦ୍ରରେ l

ପରିପୂର୍ଣ ଥିଲା ତାହା ଧନ ସମ୍ପଦରେ ll

ବୋଇତରେ ଭରି କେତେ ବଣିଜ ଦରବ l

ବାଣିଜ୍ୟକୁ ଯାଉ ଥିଲା କଳିଙ୍ଗ ସାଧବ ll

କଳିଙ୍ଗର ସୁତାଲୂଗା ଚାରୁ ଶିଳ୍ପ ନେଇ l

ବିପଣି ମେଲାଉଥିଲା ସେ ଦେଶକୁ ଯାଇ ll

ଏ ଦେଶ ସେଦିନ ଥିଲା ବିଶ୍ଵକର୍ମା ଭୂଇଁ l

ଉତ୍କୃଷ୍ଟ କଳାର ଦେଶ ଉତ୍କଳ ବୋଲାଇ ll

କାହିଁଗଲା ସେ ବୋଇତ କଳିଙ୍ଗ ସାଧବ l

କାହିଁ ଗଲେ ବିଶ୍ଵକର୍ମା ବଣିଜ ଦରବ ll

କଳା ତ ଯାଇଛି ଚାଲି ଦେଶ ଉପାସିଆ l

ଦେଶ ପରେ ଘୋଟିଅଛି ରାତି ଉଆଁସିଆ ll

ସେଦିନ କଥାକୁ ମାତ୍ରେ ସୁମରଣା ପାଇଁ l

ସୋଲ କାଗଜ ଡଙ୍ଗାଟେ ଦେଉଛୁ ଭସାଇ ll

ବାଲି ଦ୍ବୀପକୁ ଆଉ ନ କରି ପାରି ଯାତ୍ରା l

ପାଳନ କରୁଛୁ ଆମ୍ଭେ ଶୁଭ ବାଲିଯାତ୍ରା ll

ନଯାରେ ନଯା ଗୋରି ବାଲିଯାତରା ଦେଖି l

ଯାତରା ଦେଖି ଝଲସି ଯିବ ତୋର ଆଖି ll

ଦହିବରା ଆଳୁଦମ ସଙ୍ଗେ ଠୁଙ୍କା ପୁରି l

ମଥୁରା କେକ ଖାଇ ହୋଇବୁ ବେମାରୀ ll

ଅତୀତର ପ୍ରେରଣାରୁ ଗଢ଼ିବା ଜାତିକୁ l

ନିଜେ ନଗଢି ପାରିଲେ ସରମ ଆମ୍ଭଙ୍କୁ ll

ଜାତି ନ ଗଢି ପାରିଲେ ବୁଝ ତହୁଁ ଫଳ l

ଅକର୍ମ ଦୋଷରୁ ଆମ୍ଭ ଫାଟିଲା କପାଳ ll

              


Rate this content
Log in

Similar oriya poem from Comedy