Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Comedy

3  

Shanti Mishra

Comedy

ଭାବାନ୍ତର ଦର୍ଶନ ପରେ

ଭାବାନ୍ତର ଦର୍ଶନ ପରେ

1 min
175



ଲୁହ ଦୁଇଧାର, ହେଲା ଶତଧାର

ଆଜି ତୁମ୍ଭଙ୍କୁ ଦର୍ଶନ କରି l

ଅପେକ୍ଷାରେ ବିତିଥିଲା, ଜୀବନ ଟା ସାରା

ନପାଇ ତୁମ କୃପାବାରୀ l

ତଥାପି ଅବଶୋଷ ନଥିଲା ତ ମନେ

ଆଜି ନହେଲେ ବି କାଲି l

ଆଶାରେ ଆଶାରେ ସାରି ଦେଲି ଦିନ

ଏବେ ଆଉ ନାହିଁ କିଛି ବଳି l

ପ୍ରଲୁବ୍ଧ କରିବାକୁ ମତେ ଏ ସଂସାରେ

ଏତେ ଦ୍ରବ୍ୟ ଦେଇଥିଲ ଖଞ୍ଜି l

ବଳବତ୍ତର ହୋଇ ସେ କାମନା ହେଲା ଦ୍ରୁମ

ପୋତି ଦେଲ ଯେଉଁ ମଞ୍ଜି l

ଡାଳ ପତ୍ର ମେଲି ପ୍ରସାରିତ ହେଲା

ଏବେ ସମ୍ଭାଳି ନପାରଇ l

ପାଦ ତଳେ ତୁମ ଶରଣ ନବାକୁ

ଏବେ ବାଧ୍ୟ ହେଉ ଅଛି ମୁହିଁ l

ଆଶା ବିଶ୍ଵାସ କୁ ସମ୍ବଳ କରିଛି

ଭାବୁଛି ନିରାଶ କେବେ ହେବି ନାହିଁ l

ପ୍ରଶସ୍ତ ହୃଦୟର ଶୁଣିଛି ପ୍ରଶସ୍ତି ଅନେକ

କେବେ କବି ମୁଖୁ, କେବେ ବା ଲେଖକ l

ସମସ୍ତେ ଗାଇ ଛନ୍ତି ଅସରନ୍ତି ଯଶ

ଜ୍ଞାନୀ ଗୁଣୀ ଜନ ପ୍ରମୁଖ l



Rate this content
Log in

Similar oriya poem from Comedy