STORYMIRROR

Arup Biswal

Comedy Inspirational

3  

Arup Biswal

Comedy Inspirational

ବିଦେଶୀ ଡଗି

ବିଦେଶୀ ଡଗି

1 min
206


ଦେଶୀ କୁକୁରଟା ଧକେଇ କାନ୍ଦୁଛି

ବିଦେଶୀ ଡଗିକୁ ଦେଖି,

ଏମିତିଆ ଭାଗ୍ୟ ପାଇଅଛୁ ତୁରେ

ଆଖି ମୋର ଯାଏ ଲାଖି।


ମଟନ ଚିକେନ ଆହାର ତୋହର

ଶୋଉଛୁ ଗଦିରେ ନିତି,

ଏକ ଦୁଇ ପାଇଁ ମାଲିକାଣି ନିଏ

ଜାଳିକି ରାତିରେ ବତି।


ପ୍ରାତଃ ଭ୍ରମଣଠୁ ସାନ୍ଧ୍ୟ ଭ୍ରମଣରେ

ବାବୁଙ୍କର ତୁହିଁ ପ୍ରିୟ,

ସାମ୍ପୋ ସାବୁନୁରେ ଗାଧୋଉଛୁ ତୁହିଁ

ବାବୁ ବାବୁଆଣି ସହ।


ତୋଅ ପରି ଭାଗ୍ୟ ନାହିଁ ତ ମୋହର

ରାସ୍ତାକଡ ମୋର ଘର,

ମୋର ପିଲାଛୁଆ ଅଦିନେ ମରନ୍ତି

ଗାଡି ତଳେ ବାବୁଙ୍କର।


ଖାଇବାକୁ ମୋତେ ମିଳେନାହିଁ କିଛି

ରୋଗ ଚିର ସାଥି ମୋର,

ବିଦେଶୀ ହୋଇ ତୁ ଚିକ୍କଣଚାକ୍କଣ

ଦେଶୀ ଅଭିଶାପ ଘୋର।


ବୃଦ୍ଧ ବାପାମାଆ ପଚାରୁଛି କିଏ

ରୋଗରେ ଘାଣ୍ଟି ହୁଅନ୍ତି ,

ବିଦେଶୀ କୁକୁର ମହମହ ବାସେ

ଘୁଅ ମୁତ ପୋଛୁଛନ୍ତି।


ଦେଶୀ ଛାଡି ନର ବିଦେଶୀ ମାୟାରେ

ଦୂର ପର୍ବତ ସୁନ୍ଦର,

ଦେଶୀ କାରିଗର ଦାଦନ ଯାଆନ୍ତି

ଧନ୍ୟ ମଣିଷ ବିଚାର।


ବିଦେଶୀ ହଟାଅ ସ୍ୱଦେଶୀ ବଞ୍ଚାଅ

ଡାକ ଦେଇଥିଲେ ଗାନ୍ଧୀ,

ସେଇ କଥା ଆଉ କିଏ ସେ ବୁଝିବ

ବଢୁଛି ବିଦେଶୀ ପ୍ରୀତି।


ବିପ୍ଲବ ଆହ୍ୱାନ କରୁଅଛି ମୁହିଁ

ଦେଶୀ କୁକୁରଟେ ହୋଇ,

ଜାଗ ହେ ସଭିଏଁ ଏଇ ମାଟି ଲାଗି

ଆଉ ପରା ବେଳ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy