STORYMIRROR

Arup Biswal

Fantasy Inspirational Others

3  

Arup Biswal

Fantasy Inspirational Others

ମରିଚିକା ପଛେ

ମରିଚିକା ପଛେ

1 min
227


ଏଇତ ଜୀବନ କରି ଅଭିମାନ,

ମରିଚିକା ପଛେ ହୁଏ ଧାବମାନ।

କେବେ ମିଳିବ ସେ ଜଳର ସନ୍ଧାନ,

ଦୂରୁ ଦିଶେ ସେହି ମିଥ୍ୟା ଚିଜମାନ।

କେବେ ପୁଣି ତାହା ହୁଏ ଅନ୍ତର୍ଦ୍ଧାନ,

ଜାଣେ ସବୁ ନର ଏ ମାୟା ଦହନ।

ତଥାପି ଧାଉଁଛି ପାଇବାକୁ ଧନ,

ମାୟା ମୃଗ ପଛେ ଧାଏଁ ନିତିଦିନ।

ଧାଇଁ ଧାଇଁ ନର ହୁଅଇ ବୀଦ୍ଦିର୍ଣ୍ଣ,

ସେ ମାୟା ମିରିଗ ପଛେ ରାମଚନ୍ଦ୍ର।

ଧାଇଁବାରୁ ହେଲା ସୀତାଙ୍କ ହରଣ,

ତେଣୁ ଦଶାନନ ଦେଲା ତା ଜୀବନ।

ବିଂଶ ଗୋଟି କର ଦଶଟି ଆନନ,

ଭାରି ବିଚକ୍ଷଣ ଥିଲା ସେ ରାବଣ।

ତଥାପି କୁକର୍ମ ନେଲା ତା ଜୀବନ,

କୁରୁସଭା ମଧ୍ୟେ ମୁଢ ଦୁଃଶାସନ।

ଧରି ଓଟାରିଲା ଦ୍ରୌପଦୀ ବସନ,

କୋଟି ବସ୍ତ୍ର ଦେଲେ ସ୍ବଂୟ ନାରାୟଣ।

କୌରବଙ୍କ ପକ୍ଷେ ଥିଲେ ଭୀଷ୍ମ କର୍ଣ୍ଣ,

ରକ୍ତନଦୀ ସର୍ବେ କଲେ ସନ୍ତରଣ।

କୁକର୍ମ ହୋଇଲା ବିନାଶ କାରଣ,

ଏଇ ପରା ଅଟେ ବିଧିର ବିଧାନ।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy