STORYMIRROR

Arup Biswal

Fantasy Others Children

3  

Arup Biswal

Fantasy Others Children

ପଣା ସଙ୍କ୍ରାନ୍ତି

ପଣା ସଙ୍କ୍ରାନ୍ତି

1 min
211


ନୂତନ ବରଷ ଆମ ଓଡିଶାର

ଆସିଛି ପଣା ସଙ୍କ୍ରାନ୍ତି,

ସୁମଧୁର ପଣା ଘରେ ଘରେ ହୁଏ

ଖୁସିରେ ସର୍ବେ ପିଅନ୍ତି।

ବେଲ,ଛେନା,ଗୁଡ ପାଚିଲା କଦଳୀ

ଦହି ଠୁ ମିଶେ ଛତୁଆ,

ମହମହ ବାସ୍ନା ଆମରି ପଣାର

ପାଟିକୁ ସୁଆଦ ଆହା।

ଏଇ ଦିନ ସୂର୍ଯ୍ୟ ବିଷୁବ ରେଖାରୁ

ଯାଆନ୍ତି କର୍କଟ କ୍ରାନ୍ତି

ଲମ୍ବଭାବେ ସୂର୍ଯ୍ୟ କିରଣ ପଡଇ

ବଢେ ପୃଥିବୀର ତାତି।

ଓଡ଼ିଆ ମନାସେ ନଆସୁ ବିପଦ

ପଣା ଭୋଗ ଯେ ଲଗାଇ,

ଦେବୀ ମନ୍ଦିରରେ କେତେ ଯେ ଉତ୍ସବ

ଭକ୍ତ ନିଆଁରେ ଚାଲଇ।

ପାଟୁଆ ଚାଲଇ ରଣପା ମଡେଇ

ଘଣ୍ଟ ଖୋଳ ବାଜା ବାଜେ,

ଚଉରା ଉପରେ ନଡ଼ିଆ ବାହୁଙ୍ଗା

ଛାମୁଡିଆ ଭାରି ସାଜେ।

ବୃନ୍ଦାବତୀ ମୁଣ୍ଡେ ତୁଳସୀ ଉପରେ

ମାଟି ଠେକି ବନ୍ଧା ଯାଏ,

ଠୋପା ଠୋପା ଜଳ ପଡୁଥାଏ ଝରି

ପୃଥିବୀ ଶୀତଳ ହୁଏ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy