STORYMIRROR

Arup Biswal

Inspirational Others Children

3  

Arup Biswal

Inspirational Others Children

ଅମାବାସ୍ୟା ରେ ଚନ୍ଦ୍ର

ଅମାବାସ୍ୟା ରେ ଚନ୍ଦ୍ର

1 min
191


ଅମାବାସ୍ୟା ରେ ଚନ୍ଦ୍ର ଦେଖାଯାଏ ନାହିଁ

ଏତ ବିରଳ ଘଟଣା,

ମହାନ ମଣିଷ କରଇ ସମ୍ଭବ 

କରିନ୍ତି କେତେ ସାଧନା।


କେତେ ଅସମ୍ଭବ ହୋଇଛି ସମ୍ଭବ

କେଉଁ ଅନାଦି କାଳରୁ,

କେତେ ଆବିସ୍କାର କେତେ ଉଦ୍ଭାବନ

ମିଳିଛି ଆବଶ୍ୟକତାରୁ।


କେତେ ଯେ ଲେଖକ କେତେ କବି ପୁଣି

ଚଳାଇ ଲେଖନୀ ନିଜେ,

ସୃଷ୍ଟି କରିଗଲେ ମହାଗ୍ରନ୍ଥ ସବୁ

ମାନବ କଲ୍ୟାଣେ ସାଜେ,


ହେଲେ ସମାଜର ପଥ ପ୍ରଦର୍ଶକ

ଆଦର୍ଶ ସେ ସମାଜରେ,

ତାଙ୍କ ଅବଦାନ ଅଟେ ସ୍ମରଣୀୟ

ରହିଅଛି ସ୍ବର୍ଣ୍ଣାକ୍ଷରେ,


ପୃଥିବୀ ଘୁରୁଛି ସୂର୍ଯ୍ୟ ଚାରିପଟେ

ଗାଲିଲିଓ କହିଥିଲେ,

ପୃଥିବୀ ଆକାର ଗୋଲ ବୋଲି ମଧ୍ୟ

ପ୍ରଣାମ ବି କରିଥିଲେ।


ପଠାଣି ସାମନ୍ତ ଦେଖି ପାରିଥିଲେ

ଗ୍ରହ ନକ୍ଷତ୍ରର ଗତି,

ବାଉଁଶ ନଳୀ ଓ ଦୁଇଖଣ୍ଡ କାଠି

ଥିଲା ତାଙ୍କ ଯନ୍ତ୍ରପାତି।


ଶାମୁକାରୁ ମୋତି ପଙ୍କରୁ ପଙ୍କଜ

ଅମାବାସ୍ୟାର ଚନ୍ଦ୍ର ଅଟନ୍ତି।

ମଣିଷକୁ ଦେଇ ସୁଖର ପରଶ

ନିଜେ ସେ ଦୁଃଖ ସହନ୍ତି।


ଦଧିଚିଙ୍କ ପରି ସମାଜ ହିତରେ

ଦେଇଥାଆନ୍ତି ଜୀବନ,

ହସିହସି ବିଷ ପାନ କରିଥାନ୍ତି

ନାହିଁ କେ ତାଙ୍କ ସମାନ।


ଗାନ୍ଧୀ ,ଗୋପବନ୍ଧୁ,ଥିଲେ ଅବତାର

ସତେ ଦେବତା ଅଟନ୍ତି,

ଯଶ ଗଉରବ ଅଧିକାରୀ ହୋଇ

ସଦା ପୂଜା ପାଉଛନ୍ତି।


କେତେ ବୀର କେତେ ଅମର ବ୍ୟକ୍ତିତ୍ବ

ଏଇଠି ଜନମି ଥିଲେ,

ଏଇ ମାଟି ପାଇଁ ହସିହସି ପୁଣି

ପ୍ରାଣବଳୀ ଦେଇଥିଲେ।


କୋଟିକେ ଗୋଟିଏ ଅଟନ୍ତି ସେମାନେ

ଅମାବାସ୍ୟରେ ଚନ୍ଦ୍ର,

ପୂର୍ଣ୍ଣଚନ୍ଦ୍ର ସିଏ ଏଇ ସମାଜର

ଜାଜୁଲ୍ୟମାନ ସେ ଭଦ୍ର।


ଧର୍ମପଦ ଆଉ ବାଜି ରାଉତ ଯେ

ରଖି ଯାଇଛନ୍ତି କଥା,

ଜାତି ପାଇଁ ଛାତି ପତେଇ ସେ ଥିଲେ

ସହିଥିଲେ କେତେ ବ୍ୟଥା।


ପାରାଦୀପ, ଜଗତସିଂହପୁର।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational