STORYMIRROR

Arup Biswal

Inspirational Others Children

3  

Arup Biswal

Inspirational Others Children

ସୁସ୍ଥ ଶରୀରଟେ

ସୁସ୍ଥ ଶରୀରଟେ

1 min
174


ସୁସ୍ଥ ଶରୀରଟେ ଆବଶ୍ୟକ ସଦା

ଧନରତ୍ନ ଲୋଡା ନାହଁ,

ଧନରତ୍ନ କେଉଁ କାର୍ଯ୍ଯକୁ ଆସିବ 

ଅସୁସ୍ଥ ଶରୀର ପାଇଁ।

ସ୍ବାସ୍ଥ ହିଁ ସମ୍ପଦ ଅଟଇ ପ୍ରକୃତ 

ପ୍ରାଣୀକୁ ହୁଅଇ ସାହା,

ସାରା ଜୀବନ ତା ସୁଖରେ ବିତଇ

ସଫଳ ଜୀବନ ନାଆ।

କୁଅଭ୍ଯାସ ବଳେ ସ୍ବାସ୍ଥ୍ୟ ହୁଏ ହାନି

ରୋଗ ନିମନ୍ତ୍ରଣ ହୁଏ,

କଠିନ ଶ୍ରମରୁ ମିଳେ ଫୁର୍ତ୍ତି ସିନା

ବୟସ ବି ହାରିଯାଏ।

ଫାଷ୍ଟଫୁଡ ଖାଇ ରୋଗ ଆସେ ଧାଇଁ

ରାସ୍ତାକଡ ଦୋକାନରେ,

ତଥାପି କାହିଁକି ଭାରି ଭିଡ ଲାଗେ

କହିବ କିଏ କାହାରେ।

ସ୍ବାଦିଷ୍ଟ ଆହାର ଖାଇପିଇ ଯଦି

ନକରିବା କିଛି ଶ୍ରମ,

ଶରୀରର ଅଙ୍ଗ ଅବସ ଲାଗିବ

ବୁଦ୍ଧି ହୋଇଯିବ ବାମ।

ବୋଝ ଭଳି ଦେହ ଓଜନ ବଢିବ

ଯା ପାଇଁ ଔଷଧ ନାହିଁ,

ଚୁଡାମୁଢି ପରି ବଟିକା ଗିଳିବା

ଅଭ୍ୟାସ ଯିବ ଯେ ହୋଇ।

ଅଳସୁଆ ମନ ସଇତାନ ଘର

ଆଳସ୍ୟ ବଢାଏ ରୋଗ,

ମେଦ ବୃଦ୍ଧି କରେ ଶରୀରର ପୁଣି

ଦିଏ ଯନ୍ତ୍ରଣା ଓ ଦୁଃଖ।

ଆଳସ୍ୟ ବିଳାସ ଲାଗଇ ସରସ

ପ୍ରଥମେ ପ୍ରଥମେ ସିନା,

ବୁଢିଆଣି ଜାଲରୁ ଦଉଡି ସେ ହୁଏ

କାର୍ଯ୍ୟକୁ କରଇ ମନା।

ଧିରେ ଧିରେ ଜମେ କାର୍ଯ୍ୟର ପାହଡ

ଦେଖିଲେ ଲାଗଇ ଡର,

ଶରୀରର ଅଙ୍ଗ ବୋଲ ମାନେ ନାହିଁ

ରୋଗ ହୁଏ ବାରମ୍ବାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational