STORYMIRROR

jagabandhu sahu

Comedy

3  

jagabandhu sahu

Comedy

ବୃଦ୍ଧ କାଳେ ରାସଲୀଳା

ବୃଦ୍ଧ କାଳେ ରାସଲୀଳା

1 min
200

ମାଧିଆ ମଉସା ମଲ୍ଲିକାକୁ ଦେଖି

    ମନ ତାଙ୍କ ଛନ ଛନ

ବୁଢା ବୟଷରେ ପାଗଳ କରିଛି

     ମଲ୍ଲିକାର ଯଉବନ


ପାଚଲା ଦାଢିରେ ପାନିଆଁ ମାରନ୍ତି

     ନିତି ସିଏ ଘାଇଁ ଘାଇଁ

ମଲ୍ଲିକା ଆସେନି ପାଖକୁ ତାଙ୍କର

    ଦିନ ଯାଏ ଚାହିଁ ଚାହିଁ


ମଲ୍ଲିକାର ଗୋଟେ ଫୋଟ ଟିଏ ଧରି

    ଦେଉଥାନ୍ତି ଖାଲି ଚୁମା

ମଲ୍ଲିକାର ଡିପି ଦେଖି ବଢେ ବିପି

   ରାତି ଅଧେ ଫୁଟେ ବୋମା


କୋଉ ଟୋକା ଯଦି କମେଣ୍ଟ ମାରନ୍ତି

     କହୁଛନ୍ତି ଆରେ ଶଳା

ତୋପରି ବୟଷେ ବାରଟା ଛୁଆକୁ

    ମୁଁ ଜନମ କରିଲା ବାଲା


ମାଧିଆ ମଉସା ହାବ ଭାବ ଦେଖି

   ରମା ମାଉସୀ ହେଲେ ଉଭା

ମଲ୍ଲିକାର କଥା  ଛାଡ ପ୍ରାଣ ନାଥ

   ଚାଲ ନେବା ପ୍ରେମ ମଜା


ଯେତେ ବୁଢା ହେବ ସେତିକି ଯେ ଲୋଡା

   ରୋମାନ୍ସିଆ ପ୍ରେମ ରସ

ଆଗକୁ ଆଉ ଯେ ଲେଖୁ ନାହିଁ ବେଶି

    ଏଇଠି କରୁଛି ଶେଷ ।


Rate this content
Log in

Similar oriya poem from Comedy