Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Comedy Others

4  

Bharatabandhu Biswal

Comedy Others

ଅଲଣା କଥା

ଅଲଣା କଥା

1 min
290



ଗାଉଁଲୀ ମାଇପେ ହୋଇ ସହମତ

ଠୁଳାଇଲେ ଚାନ୍ଦାଭେଦା

ନୂଆ ବରଷକୁ ଯିବେ ପିକନିକ

କରିବେ ମଉଜ ମଜା ।

ଧରି ଲୁଗାପଟା ସାଜ ସରଞ୍ଜାମ 

ଠିକଣା ଯାଗାକୁ ଆସି

ପହଞ୍ଚିଲେ ସବୁ ହୋଇ ସାଙ୍ଗ ସାଥୀ

କହିଲେ ନସରେ ଖୁସି ।

ଦଳଦଳ ହୋଇ ବାଣ୍ଟିନେଲେ କାମ

ଚାଲିଲା ଆସର ଭୋଜି

ଖେଳୁଥାଏ କିଏ ଲୁଡୁ ବା ତାଆସ

ଗପେ ଗଲେ ଥୋକେ ମଜ୍ଜି ।

ମିଣିପ ଗୁଡାକ ବଡ ଅବାଗିଆ 

ଅବୁଝା ଅବୋଲକରା

ବୁଲୁଥିବେ ନିତି ଦିନ ନାହିଁ ରାତି

ନାରୀ କିଛି କଲେ କୀଳା ।

କହିଲା କଥାରେ ନଥାକୁ ଲଗାଇ 

ଆଉ ଜଣେ ସହଚରୀ

ଘର ଖୁଣ୍ଟେ ବନ୍ଧା ଦୁହାଁଳିଆ ଗାଈ 

ଭାବୁଛନ୍ତି ମୁର୍ଖ ନାରୀ ।

ନିଆଁ ଚୂଲି ପାଖେ ସିଝୁଥିବ ସିଏ 

କରୁଥିବ ରନ୍ଧାବଢା

ମନ ବୋଲି ତାର ଅଛି ଚିଜଟିଏ 

ପତିଙ୍କୁ ନଥାଏ ଜଣା ।

ଆଜ୍ଞାକୁ ଅବଜ୍ଞା କରିବନି ନାରୀ

କୁଆଡେ ଯିବନି ବୁଲି

ଗେଫୁଥିବେ ଖାଲି ମରଦ ବାପୁଡା

ଜନମ ପୁରୁଷ ବୋଲି ।

ଜମିଲା ବିଷୟ ହେଲା ଆଲୋଚନା

ବାସିଲା ମସଲା ଛୁଙ୍କ 

ଜଣ ପରେ ଜଣେ ବଖାଣି ବସିଲେ

ଦୁର୍ଗୁଣ ପୁରାଣ ଯାକ ।

ଜୋକ ଅଠାକାଠି ନିଶୁଆ ବାଘୁଆ 

ସ୍ବାର୍ଥପର ଘୋଡାମୁହାଁ

ପୁରୁଷ ମାତ୍ରକେ ଭଲ ନୁହେଁ କେହି

ସଭିଏଁ ଅଟନ୍ତି ମେଣ୍ଢା ।

ଘୁଷୁରୀ କୁକୁର ବଳଦ ଓ ଗଧ

ଉପମାନ ବିଶେଷଣେ

ଭୂଷିତ କରିଲେ ମରଦ ଗୁଡାଙ୍କୁ

ଫୁରୁସତ ନଦେଇ କ୍ଷଣେ ।

ବସିଥିଲା ଜଣେ ମହିଳା ଏକାକୀ

ଛାଡିକି ଖଣ୍ଡିଏ ଦୂର

ଟାଣୁଥିଲା ଝିଙ୍କି ମୁଣ୍ଡରୁ ଉଙ୍କୁଣୀ

କରୁଥିଲେ ସଲସଲ। 

ଜଳଜଳ ତାକୁ ଅନାଇଲେ ଯେତେ

ପଚାରିଲେ ଅଭିମତ

ଫିଟାଇ ଗୁମର ଦେଲା ସେ ଉତ୍ତର 

ଯାହା ବି କହିବି ସତ ।

ବାନ୍ଧି ଦଳବଳ ମୂଷା ପଲପଲ

ମାରିବା ସହଜ ହେଣ୍ଟି

ନୁହଁଇ ସହଜ ବିଲେଇ ବେକରେ

ବାନ୍ଧିବ କିଏ ବା ଘଣ୍ଟି ।

ତର ନାହିଁ ମୋତେ ଅଲଣା କଥାକୁ

ମାରୁଛି ଡାଗରା ନିଖ

ପାରୁଛ ତ ଯଦି କର ସହଯୋଗ 

ଆସ କର ତଦାରଖ ।

ତନଖିଲେ ସବୁ ପରସ୍ତ ପରସ୍ତ

ଆଡେଇଲେ ଗୋଟିଗୋଟି

ନଥିଲା ନିସ୍ତାର ଉଙ୍କୁଣୀ ମାନଙ୍କୁ

ମାରିଦେଲେ ଖୁଣ୍ଟିଖାଣ୍ଟି ।

    


Rate this content
Log in

Similar oriya poem from Comedy