STORYMIRROR

Sunanda Mohanty

Comedy Tragedy Fantasy

4  

Sunanda Mohanty

Comedy Tragedy Fantasy

ଜୀବନ ଦୁଇ ପାଖ

ଜୀବନ ଦୁଇ ପାଖ

1 min
385


ଜୀବନର ଦୁଇ ପାଖ

କେବେ ବର୍ଷା କେବେ ଖରା

ଜୀବନର ଦୁଇପାଖ

କେବେ ଦିନ କେବେ ରାତି ପରା

ଜୀବନର ଦୁଇ ପାଖ

କେବେ ଦୁଃଖ କେବେ ଶୋକସାରା

ଜୀବନର ଦୁଇପାଖ

କେବେ ଚନ୍ଦ୍ର କେବେ ତାରା

ଜୀବନର ଦୁଇପାଖ

କେବେ ପାପ କେବେ ପୁଣ୍ୟ ପରା

ଜୀବନର ଦୁଇପାଖ

କେବେ ଶତ୍ରୁ କେବେ ମିତ୍ର ସାରା

କେବେ ଅସହଜ କେବେ ଆପଣାର

କେବେ ଶତଦଳ ପଙ୍କ ପଦ୍ମ ପୋଖରୀର

ନିଆଁ କେବେ ଧୂଆଁ ତୋର ମୋର

ବାଛ ବିଚାର ସଚରାଚର

କେବେ ସାହିତ୍ୟ କେବେ ଗଣିତ ସୂତ୍ରର

କେବେ ବନ୍ଧୁ କେବେ ବନ୍ଧୁତା ଖାତିରିର

କେବେ ନୋଟ ଖାତା କେବେ ରଫ ଖାତା

ଜୀବନ କେବେ ଅଳୀକ କେବେ କୋକିଳସ୍ୱର

କେବେ ବୈଦିକ କେବେ ବ୍ୟଭିଚାର

କେବେ ପୁଷ କେବେ ଶୀତ କେବେ

ବରଷା ଝଙ୍କାର ଟୋପି ଟୋପା ମୁକ୍ତା ମଲ୍ହାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy