Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Comedy Inspirational

4.8  

Gobinda Chandra Sethi

Comedy Inspirational

ଫୁଲେଇ ରଜ

ଫୁଲେଇ ରଜ

1 min
365



ହଜି ଯାଇଅଛି ପୁରୁଣା ରଜ

କାହିଁ ସେହି ସଜ୍ଜ ବାଜ

ନାହିଁ ଆମ୍ବ ଡାଳ ବର ଓହଳ

ମନେ ପଡୁଅଛି ଆଜ l


ଭଉଣୀ ଖୋଜୁନି ଭାଇକି ଆଜି

ବନସ୍ତେ ଡାକୁନି ଗଜ

ଗଛ ଟିଏ ନାହିଁ ଦିଶୁନି ଦୋଳି

ଖାଲି ଦିଶେ ସଜ୍ଜ ବାଜ l


କାନେ ବାଜୁ ନାହିଁ ରଜ ସଂଗୀତ

ସ୍ମୃତରୁ ହଜିଛି ଆଜ

ବନ ପ୍ରାଣୀ ଆମ ଅଦୃଶ୍ୟ ଆଜି 

କ୍ଷିଣ ତାଙ୍କର ସମାଜ l


ଭାଇ ଭଉଣୀର କାହିଁ ସେ ସ୍ନେହ

ନାହିଁ ପୁରୁଣା ରାଇଜ

ଇଜ୍ଜତ ମହତ ସବୁ ଗଲାଣି

ଭୁଲିଛି ସଂସ୍କାର ହେଜ l


ପୋଡ଼ ପିଠା ଆଜି ଘରେ ନ ଦିଶେ 

ଖାଇବାରେ ନାହିଁ ମଜ୍ଜା 

ସ୍ୱଇଗି ଜମାଟୋ ଅର୍ଡର ଦେଲେ

ଖାଉ ଚା'ଓମିନ ପିଜା l


କେହି ଖେଳୁନାହଁ ବାଗୁଡ଼ି ଖେଳ

ଲୁଙ୍ଗି ଗାମୁଛାରେ ସାଜ୍ଜ 

ପୁଞ୍ଚି କଉଡ଼ିରେ ହେଉନି ମେଳ

ଭାବିଲେ ଲାଗୁଛି ଲାଜ l


ଖାଲି ପରମ୍ପରା ଡେଙ୍ଗୁରା ପିଟେ

ହଜେ ସଂସ୍କୃତି ରାଇଜ 

ରଜର ମହତ୍ୱ ବୁଝେନି କେହି 

ଫୁଲେଇ ହେଉଛି ରଜ l


Rate this content
Log in

Similar oriya poem from Comedy