STORYMIRROR

Kabiratna Nutan Kumar Behera

Comedy Action Inspirational

4  

Kabiratna Nutan Kumar Behera

Comedy Action Inspirational

ତୁମେ ଗୋସେଇଁ ମୁଁ ଅବଲୋକରା

ତୁମେ ଗୋସେଇଁ ମୁଁ ଅବଲୋକରା

1 min
334


ତୁମେ ଗୋସେଇଁ ମୁଁ ଅବୋଲକରା

ଚେଲା ହୋଇ ତୀର୍ଥ ବୁଲେ ଦୁନିଆଁ ସାରା

ଶୁଣେ କଥା ଦେଖେ କେତେ ଯାତରା

ଅଦ୍ଭୁତ ବିଚିତ୍ର ଘଟଣା ବର୍ଣ୍ଣନା କର ପରା

କେତେ କାହାଣୀର ଜୀବନଧାରା

ବିଦ୍ୟା ବୁଦ୍ଧି ଜ୍ଞାନ ତୁମର ଯେ ଅସରା

ଶୁଣି ହୁଏ ମୋର ମନବୋଧ

ପାରେନା ମନେରଖି ହୁଏ ଖାଲି ମୁଗ୍ଧ

ଶୁଣୁ ଥାଏଁ ଅପଲକେ କାନ ଡ଼େରି

ଏ କାନେ ପଶି ସେ କାନେ ଯାଏ ବାହାରି

ଗତି ତାର ସବୁବେଳେ ଅବାଧ

ପାରେନା ଇନ୍ଦ୍ରିୟକୁ କରି ପ୍ରତିରୋଧ

ଜଗୁଆଳି ସାଜି ଦିଏ ମୁଁ ପହରା

ତୁମେ ଗୋସେଇଁ ମୁଁ ଅବୋଲକରା

କେତେ କେତେ କଥା ରଖିଛ ଅପାସୋରା

ଯେତେ ଶୁଣିଲେ ସରେନି ରହେ ଅଧୁରା

ଏତେ ଶୁଣି ଏତେ ଜାଣି ବି ହୁଏ ମୁଁ ଛତରା

ତୁମ ପାଖରେ ହୁଏ ମୁଁ ନେହୁରା

ଜୀବନର ପଥେ ଚାଲି ହେଉଛି ପଥହରା

ଭାବି ଭାବି ହେଉଛି କେତେ କୋହଦହ

ଭୁଲ୍ ଭଟ୍ଟକା କରି ଆଖିରୁ ଝରାଏ ଲୁହ

ମୋତେ ଗ୍ରାସିଛି ଲୋଭ ମାୟା ମୋହ

ଉପରେ ହସ ଭିତରେ ଅନ୍ତର୍ଦାହ

ଅଙ୍କାବଙ୍କା ହୋଇ ବହେ ଜୀବନ ପ୍ରବାହ

ଦୁଃଚିନ୍ତାରେ ମଳିନ ପଡ଼େ ଚେହେରା

ନିଦ ହୁଏ ନାହିଁ ରାତି ସାରା

ତୁମେ ଗୋସେଇଁ ମୁଁ ଅବୋଲକରା

କାମ କରେନି କଥାରେ ହୁଏ ଆତ୍ମହରା

ଠିକଣାରେ ସ୍ଥିତି ନାହିଁ ଏଠି ସେଠି ଡେରା

ଗୁମୁରେ ଖାଲି ହୋଇ ଲୋଟଣି ପାରା

ଖଟି ନ ଖାଇ ଲୁଟି ଖାଇବାକୁ ମନ

କେଉଁଠି ମାଗଣା ପାଇବି ହୁଏ ମୁଁ ଉଚ୍ଛନ୍ନ

ଭୁଲି ଜ୍ଞାନ ଗୋଡାଏଁ ପାଇବାକୁ ଧନ

ସୁଖ ଭୋଗ କରିବାକୁ ଚାହେଁ ଏ ଜୀବନ

ଯଦିଓ ଜାଣେ ପରମାୟୁ ଅଢ଼େଇ ଦିନ

ଖଚ଼ ମିଛରେ ଦେଖାଏ ପ୍ରହସନ

ବରଂ ଗଲେ ଯାଉ ମୋର ମାନ ସମ୍ମାନ

ଦିନ ଗଡ଼ିଯାଏ ହୁଏ ମୁଁ ବେସାହାରା

ତୁମେ ଗୋସେଇଁ ମୁଁ ଅବୋଲକରା......।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy