STORYMIRROR

Akankshyamayee Dash

Abstract Children Stories Comedy

4  

Akankshyamayee Dash

Abstract Children Stories Comedy

ଡର ତୁମେ କାହିଁ ପାଇଁ

ଡର ତୁମେ କାହିଁ ପାଇଁ

1 min
275

ଲେଖନୀ ମୁନରେ ଲେଖି ଚାଲ ସ୍ରଷ୍ଟା 

ଡର ତୁମେ କାହିଁ ପାଇଁ,

ଅନ୍ୟାୟ ଅନୀତି କରରେ ଦମନ

ଗଣ ସ୍ୱର ଏକ ହୋଇ।


କଲମ ଶକତି କୋଟି କରାମତି

ଅଜସ୍ର ଅଖଣ୍ଡ ଶକ୍ତି,

ବାର୍ତ୍ତା ସାହିତ୍ୟରେ ଏକତ୍ରିତ କର

ସମାଜକୁ ଦେଇ ଉକ୍ତି।


ଅନ୍ୟାୟ ଅନୀତି ଶୋଷଣ ଦୁର୍ନୀତି

ସହିବାର ବେଳ ନାହିଁ,

ଲେଖନୀ ମୁନରେ ଜାଗ୍ରତ କରାଅ

ବିପ୍ଳବର ବାର୍ତ୍ତା ଦେଇ।


କବି ବୀରବର ମାଟି ମାଁ ସ୍ୱର

ମିଳିମିଶି ଦିଅ ବାର୍ତ୍ତା,

ବିଫଳ ହେବନି କବିର କବିତା

ତୁମେ ହିଁ ସମାଜ କର୍ତ୍ତା।


ସମାଜ ସଂସ୍କାର ପ୍ରଗତି ବିଚାର

କବି ସମାଜର ପଥ,

ବଦଳାଇ ଦେବ ସାହିତ୍ୟ ଦୁନିଆଁ 

ଇତିହାସ ଥରେ ଦେଖ।


ଲେଖିଚାଲ କବି ଗାଇ ଚାଲ ଗୀତ

ତୋ ଶବ୍ଦ ଦେଖାଉ ବାଟ,

ସତ୍ୟ ନ୍ୟାୟ ଜ୍ଞାନ ବିଜ୍ଞାନ ମୁନରେ 

ଭାଙ୍ଗି ଯାଉ ପୁଞ୍ଜି ହାଟ।


Rate this content
Log in

Similar oriya poem from Abstract