STORYMIRROR

Gobinda Chandra Sethi

Comedy Inspirational

4  

Gobinda Chandra Sethi

Comedy Inspirational

ସ୍ଫଟିକ

ସ୍ଫଟିକ

1 min
28

ଶୁଣଲୋ ସଜନୀ ଦେଉଛି ବାର୍ତ୍ତା 

      ମାନସିକ ରୋଗ ହଟଇ ଚିନ୍ତା ।

ଜୀବନ ନୁହଇଁ ନଭ ସ୍ଫଟିକ

     ମାଟିରେ ପଡିଲେ ମିଳଇ ଭେକ।

ସୂର୍ଯ୍ୟକାନ୍ତ ମଣି ଆମ ଜୀବନ

        ଝଲସି ଉଠଇ ପଡି କିରଣ ।

ସ୍ଫଟିକ କରଇ ଆମେ ସୁନ୍ଦର

     ସେଥିରୁ କିରଣ ହେଲେ ବାହାର ।

ସ୍ଫଟିକ ଜୀବନେ ଆଣେ ସିଦ୍ଧାନ୍ତ 

      ଲାଗଇ ସତରେ ସେତ ଜୀବନ୍ତ।

କେବେ ହୋଇଥାଏ ପ୍ରେମ ପଥର

       ଖୋଲିଥାଏ ପୁଣି ହୃଦୟ ଚକ୍ର।

ଆତ୍ମେ ପ୍ରେମ କ୍ଷମା ହୃଦେ ଭରଇ 

     ଈର୍ଷା କ୍ରୋଧ ଭାବ ଦିଏ ଦୂରେଇ।

ଉପଚାର ପାଇଁ ଦିଏ ସେ ଶକ୍ତି 

     ଗ୍ରହ ନକ୍ଷେତ୍ରକୁ ନ ଥାଏ ଭୀତି ।

ନକାରାତ୍ମକ ଶକ୍ତି ନିଏ ସେ ଟାଣି

     ନ ଥାଏ ମନରେ କିଛି ଭାଳେଣି ।

ଧନ୍ୟ ସେ ସ୍ଫଟିକ କରୁଛି ଶାନ୍ତ

    ଲାଗୁଛ ସଂସାରେ ସତେ ଜୀବନ୍ତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy