Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Classics Inspirational

4  

Satyanarayan Sahoo

Comedy Classics Inspirational

ପିଲାଙ୍କର ପ୍ରଶ୍ନ

ପିଲାଙ୍କର ପ୍ରଶ୍ନ

1 min
353


ପିଲାଙ୍କ ପ୍ରଶ୍ନ ପ୍ରଶ୍ନ ଶୁଣି ବଡ ଏ ଚକିତ

ଅନ୍ତରେ କରାଏ କ୍ଷଣେ ନାନା ଭାବ ଜାତ ।


ପିଲା ଟିଏ ଥରେ ଅଚାନକ ପଚାରିଲା

ଚିଲମର ଆବିଷ୍କାର କେବେ କେ ,କରିଲା ।


ବାବା କରୁଛନ୍ତି କିଆଁ ଗଞ୍ଜେଇର ସେବା

ଶୁଣି ସଚକିତେ ଜନେ ହୋଇ ଗଲେ କାବା ।


କିଶ କହି ବୁଝାଇବେ ବୁଦ୍ଧି ନ ପାଇଲେ

ଟିକି ପିଲାଙ୍କର ବୁଦ୍ଧି କୁହା କୁହି ହେଲେ ।


ଜେଜେ ବାପା ଜେଜି ମାଆ ପାଖେ ବହୁ ପ୍ରଶ୍ନ

ପଚାରି କରନ୍ତି ପିଲା ମାନେ ସମାଧାନ ।


ପିଲାଙ୍କର ମନୋଭାବ ଜାଣି ବୁଝl ଅନ୍ତି

କେବେ କେବେ କଥା କହି ଭୁଲାଇ ଦିଅନ୍ତି ।


ଟିକି ପିଲା ଙ୍କର ପ୍ରଶ୍ନ ଶୁଣି ବପା ମାଆ

ଆପଣା ବୁଦ୍ଧି ରେ ବୁଝlଅନ୍ତି ଯାହା ଯାହା ।


ବଡ ହେଲା ପରେ ଜାଣେ ପିଲା ଭଲ କରି

ବହୁ ପ୍ରଶ୍ନର ସେ ଥାଏ ସମାଧାନ କରି ।


ଜୀବନ ରେ ଯାତ୍ରା ପଥେ ମିଳେ ଅନୁଭୂତି

ଶୈଶବର ଚିନ୍ତା ମାନ ପ୍ରଶ୍ନ କରି କରି ।


ଉଦ୍ରେକ କରାଏ ବୁଦ୍ଧି ବିପଦେ ଆପଦେ

ଅଭିନବ ଚିନ୍ତା ସ୍ରୋତ ଉନ୍ମେଷ କରାଏ ।


Rate this content
Log in

Similar oriya poem from Comedy