Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ରଜ ନାଗରା ବାଜିଲା

ରଜ ନାଗରା ବାଜିଲା

1 min
260



ରଜ ନାଗରା ବାଜିଲା ଡିବି ଡିବି ଡିବି l

ଆସ ଆସ ବନ୍ଧୁଗଣ କବି ରବି ଛବି ll

ବରଗଛ ଛାଇତଳେ ଖେଳିବା ବାଗୁଡ଼ି l

ଦୌଡ଼କୁଦ ଡିଆଁଡିଇଁ ଭୁଇଁ ଗଡ଼ାଗଡ଼ି ll

ମେଘଛାଇ ପାଗ ଭାଇ ଅତିହିଁ ବଢ଼ିଆ l

ମାଟି ସରଦିଆ ଅତି କାଦୁଆ କାଦୁଆ ll

ଭୂଇଁ ନାଗ ବୁଲିଲେଣିି ନାମ କାଣ୍ଡନଳ l

ନାହାକ କହିଛି ବର୍ଷା ହୋଇବ ପ୍ରବଳ ll

ଘାସେ ବୁଲି ନାଲିନାଲି ସାଧବରମଣୀ l

କହୁଛନ୍ତି କାନ କାନ ସେହି କଥା ପୁଣି ll

ଆସ ଆଜ ଶେଷରଜ ଆସ ସବୁ ସାଙ୍ଗ l

ସଞ୍ଜୁଆସଞ୍ଜୁଆ ଟିକେ ପକାଇବା ଭାଙ୍ଗ ll

ବୁଢ଼ା ଏକ ଟୋକାଙ୍କର କଥା ଶୁଣୁ ଥିଲା l

ବାହାରିଲା ହାତେ ଧରି ପାଞ୍ଚହାତି କିଳା ll

ମାରି ପକାଇବି ଆରେ ବଗୁଲିଆ ଶଳେ l

ବଉଁଶ ବୁଡ଼ା ମରିବ ସବୁ ଏକା ବେଳେ ll

ଡିବି ଡିବି ସ୍ଵରେ ଭାଇ ନାଗରା ବାଜିଲା l

ତିନିଦିନେ ରଜମଜା ଆଜି ଶେଷହେଲା ll

        



Rate this content
Log in

Similar oriya poem from Comedy