Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Children Stories Comedy Drama

4  

Saphala Das

Children Stories Comedy Drama

ରଜ ଦୋଳି କଟ ମଟ

ରଜ ଦୋଳି କଟ ମଟ

1 min
238



ଏବର୍ଷ ରଜ ମୋ ଅଧୁରା ସଜଲୋ

   ରଜ ଦୋଳି କଟ ମଟ 

ବାହାନାଗା ମୋର ଛଡେଇ 

  ନେଇଛି ମୋ ଭାଇ ସୁନା ମୁକୁଟ ।

 

ମାଗି ଥିଲି ଭାଇ ବିଦେଶ ଯାଇଛି 

   ଆଣିଦେବ ପାଟ ଶାଢୀ 

ସୁନା ପାଣି ଦିଆ ଚୁଡିପିନ୍ଧିବନି

    ଆଣିବ ସୁନାର ଚୂଡି ।


ବର ଘର ଦେଖା ଅଧା ରହିଅଛି 

  ଜବାବ ଛିଣ୍ଡାଇ ହେଉନି 

ବାପା ମୋ ଅପେକ୍ଷା କରଛି ଭାଇକୁ 

   ବୋଉ ଗୋଡ ତଳେ ଲାଗୁନି ।


ରଜ ପୋଡ ପିଠା ବାରି ଆମ୍ବ ମିଠା 

   ଖୁଆଇବ ତାର ପୁଅକୁ 

ଝିଅ ବିଦା କଲେ ପୁଅ ଚିନ୍ତା ବେଶୀ 

    ବୋହୂଟି ଆଣିବ ଘରକୁ ।


କରମଣ୍ଡଳରେ ଟିକେଟ୍ କରିଛି 

   ସାନ ଭାଇ ଅଛି ବାଟରେ 

ଅଧା ବାଟରେ ତା ଫୋନ ବାଜିଲା 

     ଦୂରଦର୍ଶନ ଖବରରେ ।


ସାଙ୍ଗ ଟିଏ କହେ ନିୟୁଜ ଶୁଣିଲୁ 

    କରମଣ୍ଡଳର କଥା 

ଭାଇ ପାଇଁ ମୋର ପୁରି ଚାଣୁଥିଲି 

   ଘୂରିଗଲା ମୋର ମଥା ।


ଧନ୍ୟରେ ଦ ଇବ ଏକି ଅବିଚାର

    ଖୁସି ମୋ ଛଡେଇନେଲୁ 

ରଜ ଦୋଳି ଆଉ କିଏ ସଜେଇବ 

     ଭାଇ ଡାକ ନେଇଗଲୁ ।


Rate this content
Log in